ପାକିସ୍ତାନରେ ରିଲିଜ ହେବନି ଫିଲ୍ମ ‘ଟୋଟାଲ ଧମାଲ’. ଏ ନେଇ ସୋମବାର ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ଅଭିନେତା ତଥା ପ୍ରଯୋଜକ ଅଜୟ ଦେବଗନ. ପୁଲୱାମା ଆତଙ୍କୀ ହାମଲା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅଜୟ. ସେ ଲେଖିଛନ୍ତି, ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ, କୌଣସି ପରିସ୍ଥିତିରେ ବି ଏହାକୁ ପାକିସ୍ତାନରେ ରିଲିଜ କରାଯାଇପାରିବ ନାହିଁ. କାରଣ ଏହି ଘଟଣାରେ ସିଆରପିଏଫର ବହୁ ଯବାନ ସହିଦ ହୋଇଛନ୍ତି. ଯାହାକୁ ନେଇ ସମଗ୍ର ଦେଶ ସ୍ତବ୍ଧ ହୋଇଛି. ଅନ୍ୟପଟେ ଫିଲ୍ମର ଆଉ ଜଣେ ଅଭିନେତା ରିତେଶ ଦେଶମୁଖ ମଧ୍ୟ ଏ ନେଇ ଟ୍ୱିଟ କରିଛନ୍ତି. ପାକିସ୍ତାନରେ ଫିଲ୍ମର ମୁକ୍ତିଲାଭ ହେବନାହିଁ ବୋଲି ସେ ମଧ୍ୟ ପ୍ରକାଶ କରିଛନ୍ତି. କାରଣ ଏବେ ଯେଉଁ ଘଟଣା ଘଟିଛି ତାହା ଦୁଇ ଦେଶର ସାଂସ୍କୃତିକ ସମ୍ବନ୍ଧ ଉପରେ ପ୍ରଭାବ ପକାଇଛି. ଏଠାରେ ସୂଚନାଯୋଗ୍ୟ ଯେ, ଏଙି ଫିଲ୍ମରେ ମାଧୁରୀ ଦୀକ୍ଷିତ, ଅନିଲ କପୁର, ୱମନ ଇରାନୀ ନଜର ଆସିବେ ଏବଂ 22 ଫେବୟାରୀରେ ଫିଲ୍ମଟି ବଡ ପରଦାରେ ମୁକ୍ତିଲାଭ କରିବ.

 

LEAVE A REPLY

Please enter your comment!
Please enter your name here