ଟ୍ରାକ୍ ଉପରେ ନିଜର କମାଲ ଦେଖାଇଲେ ଆଥଲେଟ୍ ମଞ୍ଜିତ୍ ସିଂ । 800 ମିଟର ପୁରୁଷ ଦୌଡ଼ରେ ଜିନସନ୍ ଜଙ୍କସନ ଙ୍କୁ ପଛରେ ପକାଇ 1 ମିନିଟ୍ 46.15 ସେକେଣ୍ଡର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ସମୟ ଦେଇ ନିଜର ପ୍ରଥମ ଅନ୍ତଃରାଷ୍ଟ୍ରୀୟ ପଦକ ଜିତିଛନ୍ତି । ଭାରତକୁ 36 ବର୍ଷ ପରେ ଏହି ବିଭାଗରେ ସ୍ୱର୍ଣ୍ଣ ପଦକ ମିଳିଛି । କେରଳର ଏସିଆଡ୍ ଚାମ୍ପିୟନସିପ୍ ର ବିଜେତା ଜିନସନ୍ ଜଙ୍କସନ 1 ମିନିଟ୍ 46.35 ସେକେଣ୍ଡ ନେଇ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ।

1982 ଦିଲ୍ଲୀ ଏସିଆଡ୍ ଖେଳରେ ଶେଷଥର ପାଇଁ ଭାରତ 800 ମିଟରରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଚାର୍ଲ୍ସ ବୋରୋମିଆ ଏହି ପଦକ ହାସଲ କରିଥିଲେ । ଏସିଆଡ୍ ଖେଳରେ ଏଭଳି ଅବସର ଦ୍ୱିତୀୟ ଥର ଆସିଛି, ଯେତେବେଳେ ଭାରତୀୟ ଆଥଲେଟ୍ ଏହି ବିଭାଗରେ ପ୍ରଥମ ଦୁଇଟି ସ୍ଥାନ ଅଧିକାର କରିଛନ୍ତି । ଏହା ପୂର୍ବରୁ 1951 ରେ  ନୂଆ ଦିଲ୍ଲୀରେ ଏସିଆଡ୍ ଖେଳରେ ରଞ୍ଜିତ୍ ସିଂ ଓ କୁଲଓ୍ୱାନ୍ତ ସିଂ ଏହି ସ୍ଥାନ ଅଧିକାର କରିଥିଲେ ।

 

LEAVE A REPLY

Please enter your comment!
Please enter your name here