କରୋନାର ନୂଆ ଷ୍ଟ୍ରେନକୁ ନେଇ ବ୍ରିଟେନରେ ବଢିଲା ଭୟ । ମଙ୍ଗଳବାର ଠାରୁ ଦେଶବ୍ୟାପୀ ଲକଡାଉନ ଘୋଷଣା କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ । କରୋନାର ସଙ୍କ୍ରମଣକୁ ରୋକିବାକୁ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ଘୋଷଣା କରିଛନ୍ତି । ଆସନ୍ତା ଫେବୃଆରୀ ମଧ୍ୟ ପର୍ଯ୍ୟନ୍ତ ଲକ୍ ଡାଉନ ବଳବତ୍ତର ରହିବ । ଘାତକ କରୋନା ଭାଇରସ ଠାରୁ ଦୂରରେ ରହିବାକୁ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଘୋଷଣା ସହ ଲୋକଙ୍କୁ ଘରେ ରହିବାକୁ ସେ ପରାମର୍ଶ ଦେଇଛନ୍ତି । ମଙ୍ଗଳବାରଠାରୁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ ଅନଲାଇନ୍ ପାଠପଢା ପୁଣି ଆରମ୍ଭ ହେବ । ଲକଡାଉନ୍ ଘୋଷଣା ସହ ଲୋକଙ୍କୁ ଘରୁ ନବାହାରିବା ପାଇଁ କୁହାଯାଇଛି । କେବଳ ଜରୁରୀ କାମରେ ଲୋକେ ଘରୁ ବାହାରିପାରିବେ । ସୋମବାର ରାତିରେ ଦେଶବାସୀଙ୍କ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏହି ଘୋଷଣା କରିଛନ୍ତି । ଯେଉଁଭଳି ଭାବରେ ସଙ୍କ୍ରମଣ ବଢି ଚାଲିଛି । ଆମକୁ ଆହୁରୀ ସଂଘର୍ଷ କରିବାକୁ ପଡିବ ବୋଲି ସେ କହିଛନ୍ତି ।