ଅନୁଗୁଳସ୍ଥିତ ନାଲକୋର ଉତ୍ପାଦନ କ୍ଷମତା ବାର୍ଷିକ 0.46 ମିଲିଅନ ଟନରୁ 1 ମିଅନ ଟନକୁ ବୃଦ୍ଧି କରିବାକୁ କେନ୍ଦ୍ର ଖଣି, କୋଇଲା ଓ ସଂସଦୀଂ ବ୍ୟାପାର ମନ୍ତ୍ରୀ ଶ୍ରୀ ପହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀଙ୍କ ସହ ଆଲୋଚନା ପରେ ଳ୍ରୀ ପ୍ରଧାନ ଏ ସଂପର୍କରେ ଲିଖିତ ଭାବେ ପ୍ରସ୍ତାବ ଦେଇଛନ୍ତି । ବ୍ରାଉନଫିଲ୍ଡ ସଂପ୍ର୍ସାରଣ ପ୍ରକଳ୍ପ ପାଇଁ ଫିଡର କ୍ୟାପଟିଭ ପାଓ୍ବାର ପ୍ଲାଂଟ ଆରମ୍ଭ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ, ପଟାଙ୍ଗୀ ଖଣି କାର୍ଯ୍ୟକ୍ଷମ ହେବା ପରେ ନାଲକୋର ବକ୍ସାଇଟ ଉତ୍ପାଦନ କ୍ଷମତା ବାର୍ଷିକ 7.3 ମିଲିଅନ ଟନରୁ 10.5 ମିଲିଅନ ଟନକୁ ବୃଦ୍ଧି ପାଇବ ।

LEAVE A REPLY

Please enter your comment!
Please enter your name here