ଆଜି ଦେଶବ୍ୟାପୀ ଦିନିକିଆ ବ୍ୟାଙ୍କ ଧର୍ମଘଟ । ସରକାରୀ ବ୍ୟାଙ୍କ ଗୁଡିକର ହେବାକୁ ଯାଉଥିବା ମିଶ୍ରଣକୁ ବିରୋଧ କରି କର୍ମଚାରୀମାନେ ଧର୍ମଘଟରେ ସାମିଲ ହୋଇଛନ୍ତି । ପ୍ରାୟ ସାଢେ ୩ଲକ୍ଷ କର୍ମଚାରୀ ଧର୍ମଘଟରେ ସାମିଲ ହୋଇଛନ୍ତି । ତେବେ ଭାରତୀୟ ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ଧର୍ମଘଟରେ ସାମିଲ ହୋଇନାହିଁ । ଅଖିଳ ଭାରତୀୟ ବ୍ୟାଙ୍କ ସଂଘ କର୍ମଚାରୀ ଏବଂ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଏହି ଧର୍ମଘଟକୁ ଭାରତୀୟ ଟ୍ରେଡ ୟୁନିୟନ ସମର୍ଥନ କରୁଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ୧୦ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ମିଶାଇ ୪ଟି ବଡ ବ୍ୟାଙ୍କ ଗଠନ ପାଇଁ ହେଉଥିବା ପ୍ରଚେଷ୍ଟାକୁ ବ୍ୟାଙ୍କ କର୍ମଚାରୀ ସଂଘ ତିବ୍ର ବିରୋଧ କରିଛନ୍ତି । ଧର୍ମଘଟ ଯୋଗୁଁ ବ୍ୟାପକ କାରବାର ପ୍ରଭାବିତ ହୋଇପାରେ ।