ହାତରେ ଜୋତା । ରାସ୍ତା କଡରେ ଚାଲିଛି ଜୋତା ପଲିସ । ଏ ପଲିସ କୌଣସି ମୋଚି କରୁନାହାଁନ୍ତି ବରଂ ପଲିସ କରୁଛନ୍ତି ପୂର୍ବତନ ଭିଜିଲାନ୍ସ ଏସପି । ପୋଲିସ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଏସପିଙ୍କ ଏଭଳି ଅଭିନବ ପ୍ରୟାସ । ବାଲେଶ୍ୱର ଏସପିଙ୍କ କାର୍ଯ୍ୟାଳୟ ନିକଟ ଓଟି ରୋଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ପୋଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ବା ପଲିସ ନାରା ନେଇ ଲୋକଙ୍କ ଜୋତା ପଲିସ କରୁଛନ୍ତି । ବ୍ୟାନରରେ ଲେଖା ହୋଇଛି ଡିଜି ପଲିସ, ଆଇଜି ପଲିସ, ଡିଆଇଜି ପଲିସ,ଏସପି ପଲିସ । ଅର୍ଥାତ ପୋଲିସ ବ୍ୟବସ୍ଥାରେ ପଲିସ ବା ସ୍ୱଚ୍ଛତା ଆଣିବା । ପୂର୍ବତନ ଭିଜିଲାନ୍ସ ଏସପି ଉଜ୍ୱଳ କୁମାର ବ୍ରହ୍ମାଙ୍କ ଏ ଗାନ୍ଧୀଗିରି, ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜନ୍ମଦିନ ଠାରୁ ଆରମ୍ଭ ହୋଇଛି । ପୋଲିସ ବ୍ୟବସ୍ଥାରେ ସୁଧାର ଏବଂ ପରିବର୍ତ୍ତନ ଉପରେ ପୂର୍ବତନ ଏସପି ଗୁରୁତ୍ୱ ଦେଇଆସୁଛନ୍ତି । ୧୯୭୫ ମସିହାରେ ପୋଲିସ ସେବାରେ ଯୋଗ ଦେଇଥିଲେ ଉଜ୍ୱଳ କୁମାର ବ୍ରହ୍ମା । ଫ୍ରେବୃଆରୀ ୨୦୧୦ ମସିହାରେ ଭିଜିଲାନ୍ସ ଏସପି ଭାବେ ଭୁବନେଶ୍ୱର ଡିଭିଜନରୁ ଅବସର ନେଇଥିଲେ । ୨୦୧୭ ମସିହାରେ ନିଜେ ନ୍ୟାୟ ପାଇବା ବଦଳରେ ହତାଶ ହୋଇଥିଲେ । ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ୧୫୦ ତମ ଗାନ୍ଧି ଜୟନ୍ତିରୁ ଏଭଳି ଅଭିନବ ପ୍ରୟାସ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here