ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୂଖ୍ୟ କେ ଚନ୍ଦ୍ର ଶେଖର ରାଓ ଗୁରୁବାର ମନ୍ତ୍ରୀମଣ୍ଡଳର ଏକ ଜରୁରୀକାଳୀନ ବୈଠକ ଡକାଇଥିଲେ । ଏହି ବୈଠକରେ କେ ଚନ୍ଦ୍ର ଶେଖର ରାଓ ବିଧାନସଭା ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିଶ କରିଥିଲେ । ବିଧାନସଭା ଭାଙ୍ଗିବା ପାଇଁ ସୁପାରିଶ କରି ଆଗୁଆ ନିର୍ବାଚନ ପାଇଁ ରାସ୍ତା ପରିଷ୍କାର କରିଛନ୍ତି କେ ଚନ୍ଦ୍ର ଶେଖର ରାଓ ।
ରାଜଭବନ ଯାଇ ତେଲେଙ୍ଗାନା ରାଜ୍ୟପାଳ ଇଏସଏଲ ନରସିଂମାଙ୍କୁ ଭେଟି କ୍ୟାବିନେଟର ନିଷ୍ପତ୍ତକୁ ଜଣାଇଥିବାବେଳେ ରାଜ୍ୟପାଳ ଏହାକୁ ଗ୍ରହଣ କରିନେଇଛନ୍ତି । ଏହାପରେ ରାଜ୍ୟପାଳ କେସିଆରଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ।