ନେତାଙ୍କୁ ଦେଖିଲେ ଲୋକେ କବାଟ ଦେଇ ଦେଉଛନ୍ତି । ଘରେ ପୁରାଉନାହାନ୍ତି । ଏମିତି ସ୍ଥିତିରେ ନିର୍ବାଚନ ପ୍ରଚାର ହେବ କେମିତି । ଆମେ ଯଦିଓ ନିର୍ବାଚନ ହେଉ ବୋଲି ଚାହୁଁଛୁ, କିନ୍ତୁ ଏବେ ନୁହେଁ । କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକଙ୍କ ଜୀବନ ଆଗ, ନିର୍ବାଚନ ପଛ । ତେଣୁ ପିପିଲି ଉପନିର୍ବାଚନ ବନ୍ଦ କରିବାକୁ ଦାବି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । କରୋନାରେ ସଂକ୍ରମିତ ହୋଇ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହେଲା । ଏବେ ଉପନିର୍ବାଚନରେ କରୋନା ସଂକ୍ରମିତ ହୋଇ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପରଲୋକ ହେଲା । ଏବେ କରୋନା ସଂକ୍ରମଣ ଭୟଙ୍କର ରୂପ ଧାରଣ କରିଥିବାରୁ ତୁରନ୍ତ ନିର୍ବାଚନ ବନ୍ଦ କରିବାକୁ ଦାବି କରିଛି କଂଗ୍ରେସ । ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି, ଏ ସଂପର୍କରେ ସେମାନେ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବେ ।

LEAVE A REPLY

Please enter your comment!
Please enter your name here