ଏସିଆନ ଗେମ୍ସର ୧୮ତମ ସଂସ୍କରଣ ରବିବାର ଠାରୁ ଆରମ୍ଭ ହୋଇଯାଇଛି। ପ୍ରତିଯୋଗିତାରେ ପ୍ରଥମ ଦିବସରେ ଭାରତ ପାଇଁ ଖାତା ଖୋଲିଛନ୍ତି ସୁଟର ଅପୂର୍ବି ଚଣ୍ଡେଲା ଓ ରବି କୁମାର। ଉଭୟ ସୁଟର ୧୦ ମିଟର ଏୟାର ରାଇଫଲ ମିକ୍ସଡ୍ ଟିମ୍ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଦୁଇ ସୁଟର ପଦକ ରାଉଣ୍ଡରେ ମୋଟ ୪୨୯.୯ ପଏଣ୍ଟ ହାସଲ କରି ୩ୟ ସ୍ଥାନ ଅଧିକାର କରିଛନ୍ତି। ଏହି ଇଭେଣ୍ଟରେ ଚାଇନିଜ୍ ତାଇପେ ଚାଇନା ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଏହି ଟୁଣ୍ଟାମେଣ୍ଟରେ ଭାରତ ଲାଗି ପ୍ରଥମ ପଦକ ଜିତିଥିବା ଅପୂର୍ବି ଓ ରବିଙ୍କ ଯୋଡିକୁ କ୍ରିଡାମନ୍ତ୍ରୀ ରାଜବର୍ଦ୍ଧନ ସିଂ ରାଠୋର ଟୁଇଟର ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି।