ହରିଦ୍ୱାରରେ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯାଇଛି। ବାଜପେୟୀଙ୍କ ପୋଷ୍ୟାକନ୍ୟା ନମିତା ଅସ୍ଥି ବିସର୍ଜନ କରିଛନ୍ତି। ବିଜେପିର ୧୫୦୦୦ କାର୍ଯ୍ୟକର୍ତ୍ତା ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ବିସର୍ଜନ ପାଇଁ ହରିଦ୍ୱାରରେ ଉପସ୍ଥିତ ଥିଲେ। ବାଜପେୟୀଙ୍କ ଚିତାଭସ୍ମକୁ ନେଇ ଯାଉଥିବା ଅସ୍ଥି କଳସ ଯାତ୍ରାରେ ସାମିଲ ହୋଇଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, ଭାଜପା ଅଧକ୍ଷ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତି୍ରବେନ୍ଦ୍ର ସିଂ ଏବଂ ଅନ୍ୟ ରାଜନେତାମାନେ। ଦେଶର ବିଭିନ୍ନ ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ କରାଯିବାର ସୁଚନା ରହିଛି।

LEAVE A REPLY

Please enter your comment!
Please enter your name here