ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ ପଜିଟିଭ ଚିହ୍ନଟ । ୨୪ ଘଣ୍ଟାରେ ୧୯ ଜିଲ୍ଲାରୁ ୧ ୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡାରୁ ସର୍ବାଧିକ ୫୦ ଜଣ ଚିହ୍ନଟ ହୋଇଛନ୍ତି । କଟକରୁ ୨୦, ଗଞ୍ଜାମରୁ ୧୭ ଜଗତସିଂହପୁରରୁ ୧୪, ଯାଜପୁରରୁ ୧୧, କନ୍ଧମାଳରୁ ୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭଦ୍ରକରୁ ୭,ଖୋର୍ଦ୍ଧା, ନୟାଗଡ, ସୁନ୍ଦରଗଡ, ନୂଆପଡା, ବରଗଡ, ମୟୂରଭଞ୍ଜ ଓ ସୋନପୁରରୁ ୩ ଜଣ ଲେଖାଏଁ ପଜିଟିଭ ରହିଛନ୍ତି । ସମ୍ବଲପୁର ଓ ବଲାଙ୍ଗୀରରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମାଲକାନଗିରି ଓ ବୌଦ୍ଧରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ମୋଟ ୧୫୬ ପଜିଟିଭଙ୍କ ଭିତରୁ ୧୫୩ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରର ହୋଇଥିବାବେଳେ ୩ଟି ଲୋକାଲ କେସ୍ ରହିଛି । ନୂଆ ପଜିଟିଭ ମିଶାଇ ରାଜ୍ୟରେ ମୋଟ ସଙ୍କ୍ରମିତଙ୍କ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ୯୬୯ ଜଣ ଚିକିତ୍ସିତ ହେଉଥିବାବେଳେ ୧୧୨୬ ଜଣ ସୁସ୍ଥ ହୋଇଛନ୍ତି । ୭ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here