ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଆତଙ୍କୀ ବ୍ୟବହାର । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କର ଫଟୋ ଦେଖାଇ ଭାରତୀୟଙ୍କର ବେକ କାଟିଦେବାକୁ ମିଳିଛି ଧମକ । ଲଣ୍ଡନ ହାଇକମିଶନଙ୍କ କାର୍ଯ୍ୟାଳୟ ଆଗରେ ପ୍ରବାସୀ ଭାରତୀୟମାନେ ପ୍ରତିବାଦ କରୁଥିବାବେଳେ ପାକିସ୍ତାନ ଦୂତାବାସ ଅଧିକାରୀଙ୍କ ଏଭଳି ଆତଙ୍କି ବ୍ୟବହାର ଦେଖିବାକୁ ମିଳିଛି । ପହଲଗାମ ଆତଙ୍କୀ ହମଲା ବିରୋଧରେ ପ୍ରତିବାଦ କରୁଥିଲେ ପ୍ରବାସୀ ଭାରତୀୟ । ଆଇ ଆମ୍ ହିନ୍ଦୁ ପୋଷ୍ଟର ଧରି ପାକିସ୍ତାନ ବିରୋଧରେ ନାରା ଦେଇଥିଲେ । ଏହି ସମୟରେ କାର୍ଯ୍ୟାଳୟରେ ଛିଡା ହୋଇ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ଫଟୋ ଦେଖାଇବା ସହ ସିଧା ବେକ କାଟିଦେବାକୁ ଧମକ ଦେଇଥିଲେ ପାକିସ୍ତାନ ଦୂତାବାସ ଅଧିକାରୀ ।

LEAVE A REPLY

Please enter your comment!
Please enter your name here