ଶେଷରେ ଭାରତୀୟ ବାୟୁସେନା ଦେଲା ଦୁଃଖଦ ସୂଚନା । ଚପର ଦୁର୍ଘଟଣାରେ ସିଡିଏସ ଜେନେରାଲ ବିପିନ ରାଓ୍ବତଙ୍କ ପରଲୋକ । ଦୁର୍ଘଟଣା ପରଠାରୁ ଜେନେରାଲ ରାଓ୍ବତଙ୍କ ସ୍ଥିତି ନେଇ ଆଶଙ୍କା ପ୍ରକାଶ ପାଇଥିଲା । ମାତ୍ର ଟ୍ବିଟ୍ କରି ଭାରତୀୟ ବାୟୁସେନା ସିଡିଏସ ଜେନେରାଲ ବିପିନ ରାଓ୍ବତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ 13 ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛି । ଦୁର୍ଘଟଣା ପରେ ଜେନେରାଲ ରାଓ୍ବତଙ୍କୁ ଏୟାରବେସ୍ ହସପିଟାଲକୁ ନିଆଯାଇଥିଲା । ମାତ୍ର ଦୁର୍ଘଟଣାରେ ଗୁରୁତର ଜେନେରାଲଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନ ଥିଲା । ଦେଶର ପ୍ରଥମ ସିଡିଏସ୍ ହୋଇଥିବା ଜେନେରାଲ ରାଓ୍ବତଙ୍କ ବିୟୋଗରେ ଦେଶବ୍ୟାପୀ ଶୋକର ଛାୟା ଖେଳିଯାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୋକପ୍ରକାଶ କରିବା ସହ ଦେଶ ପାଇଁ ଏହା ଅପୂରଣୀୟ କ୍ଷତି ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here