ସବୁ ଘରୋଇ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସବୁ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଧେଶ ଦେଇଛନ୍ତି ସ୍ବାସ୍ଥ୍ୟ ବିବାଗ । ତେବେ ଟିକାକରଣ ପାଇଁ ଆବଶ୍ୟକ ସୁବିଧା ସୁଯୋଗ ରହିଛି କି ନାହିଁ, ତାକୁ ଅନୁଧ୍ୟାନ କରିବାକୁ କୁହାଯାଇଛି । ଟିକାକରଣ ପାଇଁ ଆବଶ୍ୟକ ଗୃହ, ପ୍ରତୀକ୍ଷା ପ୍ରକୋଷ୍ଠ ଅଛି କି ନାହିଁ, ତାହା ଅନୁଧ୍ୟାନ କରାଯିବ । ସେହିପରି ଟିକା ଦେବା ପାଇଁ ପ୍ରଶିକ୍ଷିତ ସ୍ବାସ୍ଥ୍ୟକର୍ମୀ ମଧ୍ୟ ରହିବା ଆବଶ୍ୟକ । ପୂର୍ବରୁ ସରକାର କେତେକ ନିର୍ଦ୍ଧିଷ୍ଟ ଘରୋଇ ହସପିଟାଲକୁ ଟିକାକରଣ ପାଇଁ ଅନୁମତି ଦେଇଥିଲେ । ତେବେ ଟିକାକରଣ ପାଇଁ କୋଭିଡ ଗାଇଡଲାଇନ ଅନୁଯାୟୀ ଆବଶ୍ୟକ ଭିତ୍ତିଭୂମି ଓ ସରଞ୍ଜାମ ଥିଲେ ଅନୁମତି ମିଳିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here