ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚ୍ଚିନଙ୍କ ପ୍ରେମ କାହାଣୀକୁ ନେଇ ଦୁଇ ଦେଶର ମିଡିଆ ଉଠୁଥିବା ପଡୁଥିବା ବେଳେ ଏଥର ଆଉ ଏକ ରୋଚକ କାହାଣୀ ନଜରକୁ ଆସିଛି । ଦୁଇ ସନ୍ତାନର ଜନନୀ ଜଣେ ଭାରତୀୟ ମହିଳା ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡିଯାଇଛନ୍ତି । ଫେସବୁକ୍ ଚାଟିଂରୁ ପ୍ରେମ ଏତେ ନୀବିଡ ହୋଇଥିଲା ଯେ ମହିଳା ଜଣକ ଭିସା ପ୍ରସ୍ତୁତ କରି ପାକିସ୍ତାନ ଚାଲି ଯାଇଛନ୍ତି । ସବୁଠାରୁ ଖାସ୍ କଥା ହେଉଛି, 34 ବର୍ଷୀୟା ଭାରତୀୟ ମହିଳା ଅଂଜୁ ତାଙ୍କର 29 ବର୍ଷୀୟ ପାକିସ୍ତାନୀ ପ୍ରେମିକ ନାସରୁଲାଙ୍କୁ ଆଜି ଆଇନଗତ ଭାବେ ବିବାହ କରିଛନ୍ତି । ଡିର ବାଲା ଜିଲ୍ଲା କୋର୍ଟରେ ଓକିଲ ଓ ପୋଲିସ ଉପସ୍ଥିତିରେ ସେ ନସରୁଲ୍ଲାଙ୍କୁ ବିବାହ କରିବା ପୂର୍ବରୁ ଆନୁଷ୍ଟାନିକ ଭାବେ ମୁସଲିମ ଧର୍ମ ଗ୍ରହଣ କରିଥିଲେ । ମୁସଲିମ ଧର୍ମ ଗ୍ରହଣ କରିବା ପରେ ତାଙ୍କ ନାଁ ଅଂଜୁ ବଦଳରେ ଫାତିମା ରଖାଯାଇଛି । ପାକିସ୍ତାନର ମାଲକାଣ୍ଡ ଡିଭିଜନ ଡେପୁଟୀ ଇନସପେକ୍ଟର ଜେନେରାଲ ନାସିର ମେହମ୍ମୁଦ ସଟ୍ଟି ଅଂଜୁ ଓ ନାସରୁଲ୍ଲାଙ୍କ ବିବାହ ସଂପର୍କରେ ସ୍ପଷ୍ଟ କରିଛନ୍ତି । ଏପରିକି ବିବାହ ପରେ ଉଭୟ କଡା ସୁରକ୍ଷା ଭିତରେ ବୁଲିବାକୁ ଯାଇଥିବା ଜଣାପଡିଛି । ପାକିସ୍ତାନ ଜିଓ ନ୍ୟୁଜକୁ ଦେଇଥିବା ଭିଡିଓରେ ଅଂଜୁ ସେ ପାକିସ୍ତାନରେ ଖୁସି ଥିବା କହିଛନ୍ତି । ପାକିସ୍ତାନ ଏକ ସୁନ୍ଦର ଦେଶ ବୋଲି କହିବା ସହ ଭାରତରେ ଥିବା ତାଙ୍କ ପରିବାରକୁ କେହି ହଇରାଣ ନ କରିବାକୁ ନିବେଦନ କରିଛନ୍ତି ।

ରାଜସ୍ଥାନୀ ମହିଳା ଅଂଜୁଙ୍କର 15 ବର୍ଷର ଝିଅ ଓ 6 ବର୍ଷର ପୁଅ ରହିଛି । ତାଙ୍କ ସ୍ବାମୀ ଅରବିନ୍ଦ କହିଛନ୍ତି, ଅଂଜୁ ଜୟପୁର ଯିବା ପାଇଁ ଗତ ଗୁରୁବାର ଦିନ ଘରୁ ବାହାରିଥିଲେ । ମାତ୍ର ସେ ଏବେ ପାକିସ୍ତାନରେ ଥିବା ସେ ଜାଣିବାକୁ ପାଇଛନ୍ତି । ଅଗଷ୍ଟ 20 ତାରିଖରେ ସେ ଫେରିଆସିବେ ବୋଲି ଅରବିନ୍ଦ ଆଶା କରିଛନ୍ତି । ତେବେ ଅଂଜୁ ପାକିସ୍ତାନ ଯିବା ପାଇଁ କୌଣସି ବେଆଇନ କାମ କରିନାହାଁନ୍ତି । ସେ ଭିସା ପ୍ରସ୍ତୁତ କରି ଓ୍ବାଘାବର୍ଡର ଦେଇ ପାକିସ୍ତାନ ଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here