ଭୁବନେଶ୍ୱର – କରୋନା ସଂକ୍ରମଣର ଲହର ପୁଣି ବ୍ୟାପିବା ଆରମ୍ଭ କରିଛି । ଭୁବନେଶ୍ବରରେ ପ୍ରଥମ କୋଭିଡ୍ ମାମଲା ଚିହ୍ନଟ ହେବା ପରେ ପୁଣି କୋଭିଡ ସଂକ୍ରମଣର ଭୟାବହତା ସୂଚନା ମିଳୁଛୁ । ସଂକ୍ରମିତ ବ୍ୟକ୍ତିଙ୍କୁ କ୍ୱାରେଣ୍ଟାଇନ୍ ରେ ରଖାଯାଇଛି । ସଂକ୍ରମିତ ବ୍ୟକ୍ତି ଜଣକ ନୂଆଦିଲ୍ଲୀରୁ ଫେରିବା ପରେ ତାଙ୍କ ପାଖରେ କୋଭିଡ ଲକ୍ଷଣ ଦେଖିବାକୁ ମିଳିଥିଲା ।
ଭୁବନେଶ୍ବରରେ କୋଭିଡ ସଂକ୍ରମିତ ଚିହ୍ନଟ ପରେ ସ୍ବାସ୍ଥ୍ୟ ବିଭାଗ ସଜାଗ ହୋଇଛି । କରୋନା ସଂକ୍ରମଣ ରୋକିବା ପାଇଁ ପୁଣି ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା ଉପରେ ଗୁରୁତ୍ବ ଦେବାକୁ ହେବ ।