ଓଡିଶା ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ମଙ୍ଗଳବାର ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିଛନ୍ତି ଶାହ । ସେଠାରେ ତାଙ୍କୁ ଦଳ ତରଫରୁ ଭବ୍ୟ ସ୍ୱାଗତ କରାଯାଇଛି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ସମେତ, ପ୍ରଭାରୀ ଅରୁଣ ସିଂ, ଉପ ସଭାପତି ସମୀର ମହାନ୍ତି, ବିଜେପି ନେତା ଦିଲ୍ଲୀପ ମହାନ୍ତି, ଅମୀୟ ଦାଶ, ପୃଥ୍ୱୀରାଜ ହରିଚନ୍ଦନ ଆଦି ଉପସ୍ଥିତ ରହି ଦଳର ଜାତୀୟ ସଭାପତିଙ୍କୁ ସ୍ୱାଗତ କରିଥିଲେ । ହେଲିକପ୍ଟର ଯୋଗେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମସ୍ଥାନ କଟକ ସତ୍ୟଭାମାପୁର ଯିବେ ଶାହା । ସେଠାରୁ କଟକ ଜିଲ୍ଲା ସାଲେପୁରର କୁଳିଆ ଗ୍ରାମକୁ ଯାଇ ଆୟୋଜିତ ଦଳୀୟ ସଭାରେ ଯୋଗ ଦେବେ । ଆଗାମୀ ନିର୍ବାଚନ ରଣନୀତି ସଂର୍ପକରେ ଆଲୋଚନା କରିବେ । ଏହାପରେ ଲୋକସଭା ଓ ବିଧାନସଭା ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ବୈଠକରେ ଯୋଗଦେବେ ।

LEAVE A REPLY

Please enter your comment!
Please enter your name here