ଭୁବନେଶ୍ୱରରେ ପାଣ୍ଡରା ଅଞ୍ଚଳରେ ଘଟିଛି ବଡ଼ ଧରଣର ଅଘଟଣ । ପାଇଖାନା ସେଫ୍ଟିକ ଟାଙ୍କିରେ କାମ କଲାବେଳେ ଫଲ୍ସ ଖସିବାରୁ ୩ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି । ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପାଣ୍ଡରା ଅଂଚଳରେ ଏକ ସ୍ଥାନରେ ଥିବା ପାଇଖାନା ସେଫ୍ଟିକ ଟାଙ୍କିରେ କିଛି ଶ୍ରମିକ ନିୟୋଜିତ ହୋଇଥିଲେ । ହଠାତ ଟାଙ୍କିରୁ ଫଲ୍ସ ଖସିଯିବାରୁ ୩ଜଣ ଶ୍ରମିକଙ୍କ ଶୋଚନୀୟ ଭାବେ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଂଚି ମୃତକଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି । ତେବେ ସେମାନଙ୍କୁ କିଏ ଏହି କାମରେ ନିୟୋଜନ କରିଥିଲା ଓ ସେଠାରେ କେତେଜଣ ଶ୍ରମିକ ଥିଲେ ତାହା ଜାଣିବାକୁ ପୋଲିସ ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here