ନିକଟରେ କେରଳରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିରେ ସମ୍ପୂର୍ଣ୍ଣ ବେହାଲ ହୋଇଥିବା କେରଳ ଏବେ ଅଣ୍ଟା ସଳଖି ଠିଆ ହେବା ପାଇଁ ଚେଷ୍ଟା କରୁଛି । କିନ୍ତୁ କେରଳବାସୀଙ୍କ ଅବସ୍ଥା ଏବେ ପୁଣି ଥରେ ଖରାପ ହେବାକୁ ଯାଉଛି । କେରଳ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ୨୫ ଓ ୨୬ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଏଥର ପୁଣି ପ୍ରଭାବିତ ହୋଇପାରେ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏହି ସମୟରେ ପାଲ୍ଲାକାଡ,ତ୍ରୀପୁରା ଆଦି ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଏସବୁ ଜିଲ୍ଲାରେ ୬୪ରୁ ୧୨୫ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଜନସାଧାରଣଙ୍କୁ ମଧ୍ୟ ସତର୍କ କରାଇଦିଆଯାଇଛି ।

LEAVE A REPLY

Please enter your comment!
Please enter your name here