ଆଜି ଭୁବନେଶ୍ୱରରେ ଆଉ ୨୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୦୭ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୧ ଲୋକାଲ କେସ୍ ରହିଛି । ବିଜେବି ନଗର ମହିଷାଖାଲ ବସ୍ତିରୁ ୪୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏକ ଘରୋଇ ହସ୍ପିଟାଲର ୨୭ କର୍ମଚାରୀ ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୟାପଲ୍ଲୀ ସୀତାପୁର ବସ୍ତିରୁ ଆଉ ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଲକ୍ଷ୍ମୀବିହାରରୁ ୬, ନୟାପଲ୍ଲୀ ତ୍ରୀନାଥ ବସ୍ତିରୁ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଣ୍ଡରା ଜିଜିପି କଲୋନୀରୁ ୫, ଲକ୍ଷ୍ମୀସାଗରରୁ ୫ ଆକ୍ରାନ୍ତ ଚିହ୍ନଟ । ନୂଆପଲ୍ଲୀ କ୍ରିଷ୍ଣାବଳରାମ ବିହାରରୁ ୪, ୟୁନିଟ ୧ ଅଞ୍ଚଳରୁ ୪ ଚିହ୍ନଟ । ରାଜମହଲ ଛକ ନିକଟ ନିର୍ମାଣ ସଂସ୍ଥାର ଆଉ ୪ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆଇଆରସି ଭିଲେଜର ୨ଟି ଜାଗାରୁ ୬ , ସାଲିଆସାହିରୁ ୩, ନୟାପଲ୍ଲୀରୁ ୩ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀବିହାରରୁ ୩, ଚିନ୍ତାମଣିଶ୍ୱରରୁ ୩, ନୟାପଲ୍ଲୀ ବେହେରା ସାହିରୁ ୩ ଚିହ୍ନଟ ହୋଇଛନ୍ତି । ଆଇଆରସି ଭିଲେଜ ଏନ୬ ଅଞ୍ଚଳରୁ ୩ ଲୋକାଲ କଣ୍ଟାକ୍ଟ କେସ୍ ଚିହ୍ନଟ । ଖଣ୍ଡଗିରିରୁ ୪, ଲକ୍ଷ୍ମୀସାଗରରୁ ୨, କେନ୍ଦ୍ରୀୟ ହସ୍ପିଟାଲରୁ ୨ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ଆଜି ଭୁବନେଶ୍ୱରରେ ୨୯ ଜଣ ସୁସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here