ଭୁବନେଶ୍ୱର ରାଜରାସ୍ତାରେ ବୁଲିଲେ ୧୨ ସୁରତ ଫେରନ୍ତା । ସକାଳୁ ବସ୍‌ରେ ଓହ୍ଲାଇ ରାସ୍ତାରେ ବୁଲିଥିଲେ ସୁରତ ଫେରନ୍ତା । ଗତ ୨ ତାରିଖରେ ସୁରତରୁ ୬୦ ଯାତ୍ରୀଙ୍କୁ ଧରି ଆସିଥିଲା ବସ୍ । ବସରେ ପୁରୀରୁ ଅଧିକାଂଶ ଓ ଯାଜପୁରରୁ ୧୨ ଯାତ୍ରୀ ଥିଲେ । ଆଜି ଯାଜପୁରରେ ୧୨ ଜଣଙ୍କୁ କଳ୍ପନାଛକରେ ଓହ୍ଲାଇଦିଆଯାଇଥିଲା । କଳ୍ପନା ଛକରେ ଛାଡି ବସ୍ ଅବଶିଷ୍ଟ ଯାତ୍ରୀଙ୍କୁ ନେଇ ପୁରୀ ପଳାଇଥିଲା । ୧୨ ଜଣ କଳ୍ପନା ଛକରେ ଓହ୍ଳାଇ ୧୦୪,୧୦୦ କୁ ଫୋନ କରିଥିଲେ । ତେବେ ଯିବା ପାଇଁ କିଛି ବ୍ୟବସ୍ଥା ନହେବାରୁ ରାସ୍ତାରେ ବୁଲାବୁଲି କରିଥିଲେ । ଚାଲି ଚାଲି ଯିବାକୁ ମନସ୍ଥ କରିଥିଲେ ସଂପୃକ୍ତ ଲୋକେ । କିଛି ବାଟ ଯିବା ପରେ ଏକ ମିନି ଟ୍ରକରେ ଉଠି ପଳାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here