ନିଜର ବବକଟ୍ ହେୟାର୍ ଷ୍ଟାଇଲ ପାଇଁ ପ୍ରସିଦ୍ଧ ଏହି ହାତୀ । ହାତୀର ନାଁ ହେଉଛି ସେଙ୍ଗାମଲମ୍ । ଇଣ୍ଟରନେଟରେ ରହିଛି ସେଙ୍ଗାମଲମ ଫ୍ୟାନକ୍ଲବ । ଆଉ ସେଙ୍ଗାମଲମର ହେୟାର ଷ୍ଟାଇଲ ଫଟୋ ଦେଖିବାକୁ ତାର ଫ୍ୟାନକ୍ଲବରେ ସଦସ୍ୟ ସଂଖ୍ୟା ମଦ୍ୟ ବଢିବାରେ ଲାଗିଛି ।

ତାମିଲନାଡୁର ମାନ୍ନାରଗୁଡି ସହରରେ ରାଜଗୋପାଲସ୍ବାମୀ ମନ୍ଦିର । ଏହି ମନ୍ଦିରରେ 2003 ମସିହାରୁ ରହିଆସୁଛି ସେଙ୍ଗାମଲମ । ମାତ୍ର ଦେଶ ଭିତରେ ଓ ବାହାରେ ସେ ପରିଚିତ ବବକଟ୍ ସେଙ୍ଗାମଲମ ନାଁରେ । ଇଣ୍ଟରନେଟରେ ସେଙ୍ଗାମଲମର ଫ୍ୟାନ ସଂଖ୍ୟା ଅଧିକ । ଆଇଏଫଏସ ସୁଧାରମନ ସେଙ୍ଗାମଲମର ଏକ ଫଟୋ ଟ୍ବିଟ କରିବା ପରଠୁ ଇଣ୍ଟରନେଟରେ ତାର ପ୍ରଶଂସକଙ୍କ ସଂଖ୍ୟା ବଢିବାରେ ଲାଗିଛି । ସେଙ୍ଗାମଲମର ଯତ୍ନ ନେଉଥିବା ତା ମାହୁନ୍ତ ଏସ. ରାଜଗୋପାଲ କହିବା କଥା, ସେ ତାକୁ ନିଜର ଛୁଆ ଭାବେ ଲାଳନପାଳନ କରିଆସୁଛି । ସେ ଥରେ ଇଣ୍ଟରନେଟରେ ଏକ ହାତୀଛୁଆର ବବକଟ୍ ହେୟାର ଦେଖିଥିଲା । ତା ପରଠାରୁ ସେ ସେଙ୍ଗାମଲମର ଚୁଟି ବଢାଇବା ଆରମ୍ଭ କଲା ଏବଂ ବବ୍ କଟ୍ କଲା । ଖରାଦିନରେ ସେ ସେଙ୍ଗାମଲମର ଚୁଟିକୁ ଦିନକୁ ତିନିଥର ଧୁଏ । ଅନ୍ୟ ଋତୁରେ ଦିନକୁ ଥରେ ଧୋଇଥାଏ । ଖରାଦିନରେ ସେଙ୍ଗାମଲମକୁ ଥଣ୍ଡା ରଖିବା ପାଇଁ 45 ହଜାର ଟଙ୍କା ଖର୍ଚ୍ଚରେ ସ୍ବତନ୍ତ୍ର ସାଓ୍ବାର ମଧ୍ୟ ଲଗାଯାଇଛି ।

ରାଜଗୋପାଲସ୍ବାମୀ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହ ସେଙ୍ଗାମଲମ ଠାରୁ ଆଶୀର୍ବାଦ ନେଇଥାନ୍ତି । ସେଙ୍ଗାମଲମର ଫଟୋ ଉଠାଇଥାନ୍ତି । ତେଣୁ ସୋସିଆଲ ମିଡିଆରେ ସେହ୍ଗାମଲମର ପ୍ରଶଂସକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here