ପଦାରେ ପଡିଲା କେନ୍ଦ୍ରାପଡା ପୋଲିସର ଗୁଣ୍ଡା ଚେହେରା । କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲା ପୋଲିସ ମୁଖିଆଙ୍କ ଦୁର୍ବ୍ୟବହାର । ହାତ ଉଠାଇ ମାରିବାକୁ ବି ପଛାଇଲେନି କେନ୍ଦ୍ରାପଡା ଏସପି ନିତି ଶେଖର । ପାଟକୁରା ନିର୍ବାଚନ ସମ୍ପର୍କରେ ଖବର ସଂଗ୍ରହ କରୁଥିବାବେଳେ ଘରୋଇ ଚ୍ୟାନେଲରେ କାମ କରୁଥିବା କାର୍ଯ୍ୟରତ ସାମ୍ବାଦିକ ଅଜେଶ ମଲ୍ଲିକଙ୍କୁ ଧକ୍କା ମାରିବା ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ପାଟକୁରା ନିର୍ବାଚନମଣ୍ଡଳୀର ବାରିମୁୂଳରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର କାର୍ଯ୍ୟକ୍ରମ ଥିଲା । ସେଠାରେ ନୁ୍ୟଜ୍ କଭରେଜ ପାଇଁ ଯାଇଥିଲେ ସାମ୍ବାଦିକ ଶ୍ରୀ ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ ପାଖରେ ଖବର ସଂଗ୍ରହ ପାଇଁ ଅପେକ୍ଷା କରିଥିବାବେଳେ ଏସପିଙ୍କ ଆକ୍ରୋଶର ଶିକାର ହୋଇଥିଲେ ସାମ୍ବାଦିକ ଜଣକ । ସାମ୍ବାଦିକଙ୍କ କଲର ଧରି ଧକ୍କା ମାରିଥିଲେ ଏସପି । ଅନ୍ୟପଟେ ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା ପରେ କ୍ଷମା ମାଗିଛନ୍ତି ଏସପି ନୀତି ଶେଖର । କହିଛନ୍ତି, ଉଦେ୍ଦଶ୍ୟମୂଳକ ଭାବରେ ସେ ଏଭଳି କରିନାହାଁନ୍ତି । ଭିଡ ରୋକିବାବେଳେ ଭୁଲରେ ଏଭଳି କରିଥିବା ସଫେଇ ଦେଇଛନ୍ତି । ମାତ୍ର ସାମ୍ବାଦିକଙ୍କ ଉପରେ ଜିଲ୍ଲା ପୋଲିସର ଆକ୍ରମଣକୁ ବିଭିନ୍ନ ସାମ୍ବାଦିକ ସଂଘ ନିନ୍ଦା କରିଛନ୍ତି ।

LEAVE A REPLY

Please enter your comment!
Please enter your name here