ରାସନ କାର୍ଡ ହିତାଧିକାରୀଙ୍କୁ ସରକାର ଏକ ହଜାର ଟଙ୍କା ଲେଖାଁଏ ଦେବା ସହ ଦୁଇଟି ଝୋଟ ବ୍ୟାଗ ଦେବେ । ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ମଂଜୁରୀ ମିଳିଛି । ଉଭୟ ଜାତୀୟ ଓ ରାଜ୍ୟ ଖାଉଟୀ ସୁରକ୍ଷା ହିତାଧିକାରୀ ଏହି ଯୋଜନାରେ ଉପକୃତ ହେବେ । ରାଜ୍ୟର 95.90 ଲକ୍ଷ ହିତାଧିକାରୀଙ୍କୁ ଦୁଇଟି ଲେଖାଁଏ ବ୍ୟାଗ୍ ଓ ଏକ ହଜାର ଟଙ୍କା ଲେଖାଁଏଦେବା ପାଇଁ ସରକାରଙ୍କୁ 1237.74 କୋଟି ଟଙ୍କା ଖର୍ଚ୍ଚ କରିବାକୁ ହେବ । ଆଜି କ୍ୟାବିନେଟରେ ମଂଜୁରୀ ମିଳିଥିବା 26ଟି ପ୍ରସ୍ତାବ ମଧ୍ୟରେ ଏହା ରହିଛି । ଝୋଟ ବ୍ୟାଗରେ ରାଜ୍ୟ ସରକାର, ଫାଇଭ ଟି ଲୋଗୋ ସହ ଆମ ଓଡିଶା, ନବୀନ ଓଡିଶା ଲେଖା ରହିବ । ତେବେ ଝୋଟ ବ୍ୟାଗକୁ ନେଇ ଆପତ୍ତି ଉଠାଇଛନ୍ତି ବିରୋଧୀ । ନିର୍ବାଚନକୁ ନଜରରେ ରଖି ସରକାର ଏଭଳି ଚାଲ୍ ଖେଳିଛନ୍ତି ବୋଲି ବିରୋଧୀ ଆକ୍ଷେପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here