ବିଜେପିର ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ ଦେବା ପରେ ଦୁଇ ଦଳର ସଂପର୍କକୁ ନେଇ କଟାକ୍ଷ କରିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡି-ବିଜେପି ଲିଭ୍-ଇନ୍-ରିଲେସନସିପରେ ଅଛନ୍ତି । ସେମାନଙ୍କ ବୈବାହିକ ସଂପର୍କ ଆଗକୁ ଆଗକୁ ମାଡି ଚାଲିଛି । ରେଳମନ୍ତ୍ରୀ ଥିବା ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରୁଥିବା ବେଳେ ଗତଥର ପରି ଏଥର ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ଯଦିଓ ଅଶ୍ବିନୀଙ୍କୁ ଜିତାଇବା ପାଇଁ ବିଜେପି ପାଖରେ ଆବଶ୍ୟକ ବିଧାୟକ ନାହାଁନ୍ତି, ତଥାପି ବିଜେପି ଅଶ୍ବିନୀଙ୍କୁ ପ୍ରାର୍ଥୀ ଘୋଷଣା କରିବାର କିଛି ସମୟ ପରେ ବିଜେଡି ସମର୍ଥନ ଜଣାଇଥିଲା । ପୂର୍ବରୁ ବିଜେଡି ଦେବାଶୀଷ ସାମନ୍ତ୍ରରାୟ ଓ ପୁରୀର ଶୁଭାଶୀଷ ଖୁଣ୍ଟିଆଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ତୃତୀୟ ରାଜ୍ୟସଭା ଆସନ ବିଜେପି ପ୍ରାର୍ଥୀଙ୍କୁ ପୁଣିଥରେ ଛାଡିଦେବା ଦୁଇ ରାଜନୈିତିକ ଦଳ ଭିତରେ ଥିବା ଭିତିରି ସଂପର୍କ ସନ୍ଦେହ ଘେରକୁ ଆସିଛି । ଉପରକୁ ଦୁଇ ଦଳ ଯଦିଓ ପରସ୍ପର ବିରୋଧରେ ଲୋକ ଦେଖାଣିଆକୁ ଲଢେଇ କରୁଛନ୍ତି, କିନ୍ତୁ ଭିତରେ ସେମାନଙ୍କ ମଧ୍ୟରେ ସର୍ତ୍ତଭିତ୍ତିକ ସଂପର୍କ ରହିଥିବା ଜଣାପଡୁଛି । ତେବେ ଏସବୁ ସନ୍ଦେହ ଦୂର କରିବାକୁ ଯାଇ ବିଜେଡି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଓଡିଶା ପ୍ରତି ଅବଦାନ ତାଲିକା ପ୍ରକାଶ କରିଛି । ବୈଷ୍ଣବଙ୍କ ସମୟରେ ଓଡିଶା ରେଳବାଇ କ୍ଷେତ୍ରରେ ଅଧିକ ଅନୁଦାନ ପାଇଥିବା ଏବଂ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଥିବାରୁ ରାଜ୍ୟର ସ୍ବାର୍ଥ ପାଇଁ ପୁଣିଥରେ ବିଜେଡି ସମର୍ଥନ କରିଥିବା ସ୍ପଷ୍ଟ କରିଛି ।

LEAVE A REPLY

Please enter your comment!
Please enter your name here