ବିଧାନସଭା ଭିତରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ବିଷପାନ କରିବାକୁ ଉଦ୍ୟମ କରିଥିଲେ । ମଣ୍ଡିରୁ ଚାଷୀଙ୍କ ସବୁ ଧାନ କିଣା ନ ଗଲେ ସେ ଆତ୍ମହତ୍ୟା କରିବେ ବୋଲି ବାରମ୍ବାର କହି ଆସୁଥିଲେ । ଆଜି ଗୃହରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉତ୍ତର ରଖୁଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ବିଧାୟକ ସୁବାସ ପାଣିଗ୍ରାହୀ ହାତରେ ସାନିଟାଇଜର ଧରି ପିଇବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ ବିଧାୟକମାନେ ତାଙ୍କ ହାତରୁ ସାନିଟାଇଜର ଛଡାଇ ଆଣିଥିଲେ । ବିଭିନ୍ନ ମଣ୍ଡିରେ ଧାନ ପଡିରହିବା ଏବଂ ଚାଷୀଙ୍କ ଧାନ କିଣାଯାଉନଥିବା ପ୍ରତିବାଦରେ ସେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଆସୁଥିଲେ । ଏପରିକି ଚାଷୀଙ୍କ ସମସ୍ୟାର ସମାଧାନ ନ ହେଲେ ସେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here