ରାଜ୍ୟରେ ଆଜି ପୁଣି ୮ ଜଣଙ୍କର ଜୀବନ ନେଇଛି ମହାମାରୀ କରୋନା । ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ବାଲେଶ୍ୱର, ବରଗଡ, ଭଦ୍ରକ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୧କୁ ବୃଦ୍ଧି ପାଇଛି ।
ସେହପିରି ରାଜ୍ୟରେ ଆଜି ଦୈନିକ ୬୬୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୬୬୪୭ ମଧ୍ୟରୁ କ୍ୱାରେଣ୍ଟିନରୁ ୩୮୫୫ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି ୨୭୯୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୮୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୭୮୮, ନୂଆପଡା-୫୫୯, ପୁରୀ-୩୫୯, କଳାହାଣ୍ଡି-୩୬୧, ଝାରସୁଗୁଡା- ୩୪୩, କଟକ-୩୩୬, ବରଗଡ-୨୯୦, ଷ୍ଟେଟପୁଲ-୨୬୬, ବଲାଙ୍ଗିର-୨୩୪, ନବରଙ୍ଗପୁର-୨୨୪, କେନ୍ଦୁଝର-୧୮୩, ସମ୍ବଲପୁର-୧୭୫, ଗଞ୍ଜାମ-୧୬୧, ଅନୁଗୁଳ-୧୪୧, ଯାଜପୁର-୧୩୩, ମୟୂରଭଞ୍ଜ-୧୨୨, ରାୟଗଡା-୧୧୬, ନୟାଗଡ-୧୦୦, ଗଜପତି-୯୬, କୋରାପୁଟ-୬୭, ଜଗତସିଂହପୁର-୬୫, ବାଲେଶ୍ୱର-୫୩, କେନ୍ଦ୍ରାପଡା-୪୭, ଭଦ୍ରକ-୪୧, ବୌଦ୍ଧ-୩୯, ଦେବଗଡ ଓ ଢେଙ୍କାନାଳରୁ ୩୪ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କନ୍ଧମାଳ-୨୬, ମାଲକାନଗିରି-୧୭, ସୁବର୍ଣ୍ଣପୁରରୁ ୨ ପଜିଟିଭ୍ ଚିହ୍ନଟ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ଟପିଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧କୁ ବୃଦ୍ଧି ।

LEAVE A REPLY

Please enter your comment!
Please enter your name here