2024 ନିର୍ବାଚନ ପୂର୍ବରୁ ସେମି ଫାଇନାଲ । ଆଜି ଗଣତି ଚାଲିଥିବା ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପି ତିନୋଟି ରାଜ୍ୟରେ ସଫଳତା ହାସଲ କରିବାକୁ ଯାଉଛି । ମଧ୍ୟପ୍ରଦେଶରେ 230 ଆସନରୁ ବିଜେପି 159 ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ 68 ଆସନରେ ଆଗୁଆ ରହିଛି । ସେହିପରି ଛତିଶଗଡରେ 90 ଆସନରୁ ବିଜେପି 55 ଆସନରେ ଆଗୁଆ ରହିଛି । ରାଜସ୍ଥାନରେ ବିଜେପିକୁ ଜବରଦସ୍ତ ସଫଳତା ମିଳିଛି । ବିଜେପି 119ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ 64 ଆସନରେ ଆଗୁଆ ରହିଛି । ତେବେ ତେଲେଙ୍ଗାନାରେ ବିଜେପିକୁ ନିରାଶ ହେବାକୁ ପଡିଛି ଏବଂ କଂଗ୍ରେସ 66 ଆସନରେ ଆଗୁଆ ରହିଥିବା ବେଳେ ବିଜେପି ମାତ୍ର 10ଟି ଆସନରେ ଆଗୁଆ ରହିଛି । ତେଲେଙ୍ଗାନାରେ କ୍ଷମତାରେ ଥିବା ବିଆରଏସ ବହୁ ପଛରେ ପଡିଯାଇଛି । 38ଟି ଆସନରେ ଆଗୁଆ ରହିଛି ବିଆରଏସ ।

LEAVE A REPLY

Please enter your comment!
Please enter your name here