ନିର୍ବାଚନରେ ହାରିଗଲେ ମୁଖ୍ୟମନ୍ତ୍ରୀ । ବିଆରଏସ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡିଛି । କାମାରେଡ୍ଡୀ ଆସନରୁ ପ୍ରାର୍ଥୀ ହୋଇଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କେସିଆରଙ୍କୁ ହରାଇଛନ୍ତି ବିଜେପିର ନବାଗତ ପ୍ରାର୍ଥୀ କଟପଲ୍ଲୀ ଭେଙ୍କଟରମଣ ରେଡ୍ଡୀ । ସେ କେସିଆରଙ୍କୁ ପାଞ୍ଚହଜାରରୁ ଅଧିକ ଭୋଟରେ ହରାଇଛନ୍ତି । କେବଳ କେସିଆର ନୁହଁନ୍ତି, ଏହି ଆସନରୁ ପ୍ରାର୍ଥୀ ହୋଇଥିବା ତେଲେଙ୍ଗାନା କଂଗ୍ରେସ ସଭାପତିଙ୍କୁ ମଧ୍ୟ ପରାଜୟ ବରଣ କରିବାକୁ ପଡିଛି । ନିର୍ବାଚନ ଜିତିଥିବା ଭେଙ୍କଟରମଣ 65 ହଜାର 198 ଭୋଟ ପାଇଥିବା ବେଳେ କେସିଆରଙ୍କୁ ମିଳିଛି 59 ହଜାର 358 ଖଣ୍ଡ ଭୋଟ । ସେହିପରି ତେଲେଙ୍ଗାନା କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ 54 ହଜାର 296 ଖଣ୍ଡ ଭୋଟ ପାଇଛନ୍ତି । କେସିଆରଙ୍କ ପରାଜୟ ସହ ବିଆରଏସକୁ ତେଲେଙ୍ଗାନାରେ ବଡ ଝଟକା ଲାଗିଛି । ତେଲେଙ୍ଗାନାରେ କଂଗ୍ରେସର ବିଜୟ ଦଳକୁ ଆଶ୍ବସ୍ତି ଦେଇଛି ।

LEAVE A REPLY

Please enter your comment!
Please enter your name here