ଅଲାରନାଥ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ । ରଥଯାତ୍ରା ପର୍ଯ୍ୟନ୍ତ ଅଲାରନାଥ ବେଶରେ ମହାପ୍ରଭୁଙ୍କୁ ଦେଖିପାରିବେ ଭକ୍ତ । ଭଗବାନଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ମନ୍ଦିରରେ ଲମ୍ବା ଧାଡି । ଅନ୍ୟପଟେ ୧୦୮ ଗରା ଜଳରେ ମହାସ୍ନାନ କରି ଜ୍ୱରରେ ପୀଡ଼ିତ ହୋଇଛନ୍ତି ଶ୍ରୀଜୀଉ । ଶ୍ରୀମନ୍ଦିରରେ ରତ୍ନବେଦୀ ଛାଡ଼ି ଅଣସର ପିଣ୍ଡିରେ ଅଛନ୍ତି ଶ୍ରୀଜିଉ । ଦେବସ୍ନାନ ପୂର୍ଣ୍ଣିମାରେ ଅତ୍ୟଧିକ ଗାଧୋଇବା ଯୋଗୁଁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଭୀଷଣ ଜ୍ୱରରେ ପୀଡ଼ିତ ହୋଇଛନ୍ତି । ସେଥିଲାଗି ସ୍ନାନମଣ୍ଡପରୁ ଯାଇ ଅଣସରରେ ପିଣ୍ଡିରେ ବିଶ୍ରାମ କରୁଛନ୍ତି ମହାପ୍ରଭୁ । ସେଠାରେ ଶ୍ରୀଜୀଉ ଜ୍ୱର ଉପଶମ ପାଇଁ ସ୍ୱତନ୍ତ୍ର ଗୁପ୍ତ ଚିକିତ୍ସା ଆରମ୍ଭ ହୋଇଛି । ରଥଯାତ୍ରା ପର‌୍ୟ୍ୟନ୍ତ ଦୀର୍ଘ ପନ୍ଦର ଦିନ ଧରି ଶ୍ରୀଜୀଉଙ୍କ ଉପଚାର କରାଯିବ । ଫଳରେ ଭକ୍ତମାନେ ଆଉ ରତ୍ନସିଂହାସନ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ପାରିବେ ନାହିଁ । ଏହି ପନ୍ଦର ଦିନ ମହାପ୍ରଭୁ ଭଗବାନ ଅଲାରନାଥଙ୍କ ରୂପରେ ଦର୍ଶନ ଦେବେ । ସେଥିପାଇଁ ଅଲାରନାଥ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି

LEAVE A REPLY

Please enter your comment!
Please enter your name here