ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପିର ବଡ ବିଜୟ । 288 ଆସନ ମଧ୍ୟରୁ ବିଜେପି, ଶିବସେନା ଓ ଏନସିପି ମେଣ୍ଟକୁ 233 ଆସନ ମିଳିବା ସ୍ପଷ୍ଟ ହୋଇଯାଇଛି । ଏକାକୀ ବିଜେପି 130 ରୁ ଅଧିକ ଆସନ ପାଇବାକୁ ଯାଉଛି । ସରକାର ଗଢିବା ପାଇଁ ମ୍ୟାଜିକ ନମ୍ବର 145 ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦ୍ବନ୍ଦ୍ବ ଦେଖାଦେଇଛି । 2014ରୁ 2019 ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ନେତାମାନେ କହୁଥିବା ବେଳେ ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ଶିବସେନା ପକ୍ଷରୁ ଦାବି କରାଯାଇଛି । ସିନ୍ଦେଙ୍କ ଘରେ ବୈଠକ ବସିବା ପରେ ତାଙ୍କ ସମର୍ଥକମାନେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରିଛନ୍ତି ।

ମହାରାଷ୍ଟ୍ରରେ ବିପୁଳ ବହୁମତ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ରବାସୀଙ୍କୁ କୃତଜ୍ଞତା ଜଣାଇବା ସହ ଏହି ବିଜୟ ବିକାଶର ବିଜୟ ବୋଲି କହିଛନ୍ତି । ଭଲ ସରକାର ସପକ୍ଷରେ ମହାରାଷ୍ଟ୍ରବାସୀ ମତ ଦେଇଛନ୍ତି ଏବଂ ନୂତନ ସରକାର ମହାରାଷ୍ଟ୍ର ବିକାଶ ପାଇଁ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here