ପବିତ୍ର ମହାଶିବରାତ୍ରୀ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କର ସମାଗମ ଭିଡ । ଲୋକନାଥ, ଲିଙ୍ଗରାଜ, ଧବଳେଶ୍ୱର, ଆରଡିରେ ଭକ୍ତଙ୍କ ଭିଡ ଲାଗି ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ମଧ୍ୟ କରାଯାଇଛି । ରାଜ୍ୟର ସମସ୍ତ ଶୈବ ପୀଠ ପରିସରଗୁଡିକୁ ଫୁଲ ଏବଂ ରଙ୍ଗ ବେରଙ୍ଗ ଲିଚୁ ଲାଇଟରେ ସଜା ଯାଇଛି । ସକାଳ ୩ ଟାରୁ ଶିବଙ୍କ ଦର୍ଶନ ପାଇଁ ଭକ୍ତମାନେ ଧାଡି ଲଗାଇଛନ୍ତି । ଭକ୍ତମାନେ କିପରି ଶୃଙ୍ଖଳିତ ଭାବରେ ଭଗବାନଙ୍କର ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା କରାଯାଇଛି । ଆଜି ରାତି ୧୧ଟାରେ ମହାଦୀପ ଉଠିବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ସେହି ସମୟରେ ଯେମିତି କିଛି ବିଭ୍ରାଟ ନହେବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here