ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ଏସଡିଜେଏମ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡିବା ପାଇଁ ଏସଡିଜେଏମ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ବର୍ଷାଙ୍କ ରହିବା ପାଇଁ ଅନୁଭବ ମହାନ୍ତି ପ୍ରତି ମାସରେ 30 ହଜାର ଟଙ୍କା ଦେବେ । ପୈତୃକ ଘରେ ତାଙ୍କ ବାପା ମା ରହୁଛନ୍ତି ଏବଂ ସେମାନେ ଅସୁସ୍ଥ ଥିବାରୁ ବର୍ଷାଙ୍କୁ ଅନ୍ୟତ୍ର ରହିବା ପାଇଁ ନିର୍ଦ୍ଦେଶ ଦେବାକୁ ଏସଡିଜେଏମଙ୍କ କୋର୍ଟରେ ଆବେଦନ କରିଥିଲେ ଅନୁଭବ । ଆବେଦନରେ ବର୍ଷାଙ୍କ ରହିବା ବ୍ୟବସ୍ଥା ପାଇଁ ଟଙ୍କା ଦେବାକୁ ରାଜି ହୋଇଥିଲେ ସେ । ଅନୁଭବଙ୍କ ଆବେଦନକୁ କୋର୍ଟ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ମାସ 10 ତାରିଖ କିମ୍ବା ତା ପୂର୍ବରୁ ଅନୁଭବ ବର୍ଷାଙ୍କୁ ଏହି ଟଙ୍କା ଦେବେ । ପ୍ରଥମ ଟଙ୍କା ପାଇବାର ଦୁଇମାସ ଭିତରେ ବର୍ଷା ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here