ଆଜି ହେଉଛି ପବିତ୍ର ମହାଶିବରାତ୍ରି. ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡିଛି ଏବଂ ଚାରିଆଡେ ‘ଓମ ନମଃ ଶିବାୟ’ ଧ୍ୱନି ଶୁଣିବାକୁ ମିଳୁଛି. ପ୍ରଭୁ ନୀଳକଣ୍ଠଙ୍କ ଦର୍ଶନ ପାଇଁ ରାଜ୍ୟର ସମସ୍ତ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି. ଭକ୍ତମାନେ ଭୋର ସମୟରୁ ଶିବଙ୍କ ଦର୍ଶନ ପାଇଁ ମନ୍ଦିରରେ ଧାଡି ଲଗାଇଛନ୍ତି. ଅନ୍ୟପଟେ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରସିଦ୍ଧ ଦେବାଳୟରେ ପୋଲିସ ମୁତୟନ ମଧ୍ୟ କରାଯାଇଛି. କୁହାଯାଏ, ଏହି ଦିନ ଭୋଳାବାବା ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ଓ ଏହି ଦିନ ସମୁଦ୍ର ମନ୍ଥନରୁ ବାହାରିଥିବା ବିଷକୁ ପ୍ରଭୁ ନୀଳକଣ୍ଠେଶ୍ୱର ପାନ କରିଥିଲେ. ମହାଶିବରାତ୍ରି ଦିନ ଶିବଙ୍କ ଆଶିର୍ବାଦ ଲାଭ କରିବା ପାଇଁ ଭକ୍ତମାନେ ବିଶେଷ ଧରଣର ବ୍ରତ ମଧ୍ୟ ରଖିଥାନ୍ତି. ବିଭିନ୍ନ ମନୋସ୍କାମନା ପୂର୍ଣ୍ଣ ପାଇଁ ବ୍ରତଧାରୀ ଉପବାସ ରଖିଥାନ୍ତି. ବିଶ୍ୱାସ ରହିଛି କ୍ଷୀରରେ ରୁଦ୍ରାଭିଷେକ କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ. ଏହାଛଡା ଏହି ଦିନ 108 ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କଲେ ଜଣେ ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ.

LEAVE A REPLY

Please enter your comment!
Please enter your name here