ବାହୁଡା଼ ଯାତ୍ରାରେ ମହାପ୍ରଭୁ ଶ୍ରୀମନ୍ଦିର ଫେରିବା ବେଳେ ମାଉସିମାଙ୍କ ହାତରୁ ପୋଡପିଠା ଖାଇବା ପରମ୍ପରା ରହିଛି । ବାହୁଡା଼ ଯାତ୍ରା ଅବସରରେ ମାଉସୀମା ଙ୍କ ପୂଜକ ବିଶ୍ଵନାଥ ମିଶ୍ର ମାଉସୀମା ମନ୍ଦିରରେ ଏହି ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପୋଡପିଠା ପ୍ରସ୍ତୁତି ବି ନିଆରା । ଅଟା ରେ ଛେନା,ଚିନି, ପିସ୍ତା ବାଦାମ,ଅଳେଇଚ,ଲବଙ୍ଗ, ଦେଶୀଘିଆ,ଆଦିରେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ।ଏହାକୁ ଚକଟା ଯାଇ ପୋଡପିଠା ଆକାରରେ ଚୁଲିରେ ବସାଯାଇ ବାମ୍ଫ୍ରରେ ସିଝିବାକୁ ଦିଆଯାଏ।ପରେ ଏହାକୁ ବାହାରକରି ଥଣ୍ଡା ହେବାକୁ ଛାଡ଼ି ଦିଯାଇଥାଏ । ଥଣ୍ଡା ହେବାପରେ ଖଣ୍ଡ ଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶୀ ଘିଅରେ ଛଣା ଯାଇଥାଏ ପରେ ତିନି ଠାକୁରଙ୍କୁ ତିନୋଟି କୁଡ଼ୁଆ ରେ ମହାପ୍ରଭୁଙ୍କୁ ସମର୍ପଣ କରାଯାଇଥାଏ । ଇତି ମଧ୍ୟରେ ପୋଡ଼ ପିଠା ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି ଅତ୍ୟନ୍ତ ଶୁଦ୍ଧ ପୁତ୍ତ ଭାବେ ବିଶ୍ଵନାଥ ଏହି ପୋଡ଼ ପିଠା ପ୍ରସ୍ତୁତ କରୁଛନ୍ତି।ଯାହା ବାହୁଡା଼ ଯାତ୍ରା ରେ ମାଉସୀ ମା ଙ୍କ ସମ୍ମୁଖ ରେ ରଥାରୂଢ଼ ମହାପ୍ରଭୁଙ୍କୁ ଅର୍ପଣ କରାଯିବା।

LEAVE A REPLY

Please enter your comment!
Please enter your name here