ପ୍ରଥମ ପର୍ଯ୍ୟାୟ ମତଦାନର ଦୁଇ ଦିନ ପୂର୍ବରୁ ଲାଲବାହୀନିଙ୍କ ତାଣ୍ଡବ । ମଙ୍ଗଳବାର ସଂଧ୍ୟାରେ ଛତିଶଗଡ଼ ଦନ୍ତେୱାଡ଼ାରେ ବିଜେପି ଏମଏଲଏ ଭୀମ ମାଣ୍ଡୱିଙ୍କ ଗାଡ଼ିକୁ ମାଓବାଦୀ ମାନେ ଆଟାକ୍ କରିଛନ୍ତି । ଏହି ଆକ୍ରମଣର କିଛି ଯବାନ ମଧ୍ୟ ସହିଦ ହୋଇଥିବା ସୂଚନା ମିଳିଛି । ବିଧାୟକଙ୍କ ଗାଡ଼ିକୁ ଟାର୍ଗେଟ କରି ମାଓବାଦୀ ମାନେ ଲ୍ୟାଣ୍ଡମାଇନ ଖଞ୍ଜିଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏପରିକି ବୁଲେଟ ପ୍ରୁଫ ଗାଡ଼ି ମଧ୍ୟ ବିସ୍ଫୋରଣରେ ଧ୍ୱଂସ ବିଧ୍ୱଂସ ହୋଇଯାଇଛି ।
ଛତିଶଗଡ଼ ମାଓ ହମଲା ପରେ ଓଡ଼ିଶାରେ ଆଲର୍ଟ ଜାରି କଲେ ଡିଜିପି ଇନଚାର୍ଜ ବିକେ ଶର୍ମା । ପ୍ରାର୍ଥୀମାନଙ୍କୁ ଏକା ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ମାଓ ପ୍ରବଣ ଅଞ୍ଚଳରେ ଏସପିମାନଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିକେ ଶର୍ମା । ରାତିରେ ବିଧାୟକ ଓ ପ୍ରାର୍ଥୀମାନଙ୍କୁ ବୁଲିବାକୁ ମନା କରିଛନ୍ତି । ଏହା ସହ ପ୍ରାର୍ଥୀ ମାନେ ନିଜେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଦିନ ବେଳେ କୁଆଡ଼େ ଗଲେ ବି ସୁରକ୍ଷାକର୍ମୀଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଡିଜିପି ଇନଚାର୍ଜ ବିକେ ଶର୍ମା ।

LEAVE A REPLY

Please enter your comment!
Please enter your name here