ନଭେମ୍ବର 24 ତାରିଖ ପରଠାରୁ ବିଦେଶରୁ ଓଡିଶାକୁ ଫେରିଥିବା ପ୍ରବାସୀ ଓଡିଆଙ୍କ ମଧ୍ୟରୁ 246 ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କେହି ଓମିକ୍ରନ ସଂକ୍ରମିତ କି ନୁହେଁ, ତାହା ସ୍ପଷ୍ଟ ହୋଇନାହିଁ । ସଂକ୍ରମିତଙ୍କ ସାମ୍ପଲ ଜିନମ ସିକ୍ୟୁଏନ୍ସିଂ ଆଇଏଲଏସକୁ ପଠାଯାଇଛି ଏବଂ ଶୁକ୍ରବାର ଦିନ ରିପୋର୍ଟ ଆସିବ । ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ଦେଇଥିବା ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ଓଡିଶାରେ ଓମିକ୍ରନ ସଂକ୍ରମିତ ଚିହ୍ନଟ କରାଯାଇନାହିଁ । ଏହାପୂର୍ବରୁ ମଧ୍ୟ ବିଦେଶରୁ ଫେରିଥିବା 141 ଜଣଙ୍କ ପାଖରେ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିଲେ ହେଁ କାହା ପାଖରେ ଓମିକ୍ରନ ନ ଥିଲା ।

ତେବେ ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଓମିକ୍ରନ ବ୍ୟାପୁଥିବା ସଂକ୍ରମିତ ଦେଶରୁ ରାଜ୍ୟକୁ ଫେରୁଥିବା ନାଗରିକଙ୍କ ମଧ୍ୟରୁ କେତେକ ନିଜର ଭୁଲ୍ ଠିକଣା ଦେଇ ଲୁଚିବାକୁ ଚେଷ୍ଟା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here