ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଚାଞ୍ଚଲ୍ୟ । ୧୬ ବର୍ଷର ବାଳକ ନିଜ ମା’ଙ୍କୁ ହତ୍ୟା କରିଛିି । ହତ୍ୟାର କାରଣ ପବଜି ଗେମ ବୋଲି ପୋଲିସ କହିଛି । ନାବାଳକ ପୁଅ ପବଜି ଖେଳରେ ସବୁବେଳେ ବ୍ୟସ୍ତ ରହୁଥିଲା । ଯାହାକୁ ନେଇ ମା ସବୁବେଳେ ବିରୋଧ କରୁଥିଲେ । ମା’ର ବିରୋଧକୁ ସହିନପାରି ବିରକ୍ତ ହୋଇ ମଧ୍ୟରାତ୍ରୀରେ ମା’କୁ ଗୁଳି କରି ମାରିଦେଇଛି ପୁଅ । ଆଉ ମାରିବା ପରେ କହିଥିଲା ବହୁତ ହୋଇଗଲା ଆଉ ନୁହେଁ । ପରେ ଦୁଇ ସାଙ୍ଗକୁ ଡାକି ଭୋଜିର ଆୟୋଜନ କରିଥିଲା ନାବାଳକ । ଅନଲାଇନ୍‌ରେ ଅର୍ଡର କରିଥିଲା ଅଣ୍ଡା ତରକାରୀ । ପରେ ସାଙ୍ଗଙ୍କ ସହ ଫିଲ୍ମ ‘ଫୁକ୍ରେ’ଦେଖିଥିଲା । ଯେତେବେଳେ ସାଙ୍ଗମାନେ ପଚାରୁଥିଲେ ଆଣ୍ଟି କୁଆଡେ ଗଲେ , ସେତେବେଳେ ପୁଅ କହୁଥିଲା ମା’ ମାମୁଁ ଘର ଯାଇଛି । ପୋଲିସ ସାମ୍ନାରେ ଏସବୁ ସତ ଓଗାଳିଛି ଅଭିଯୁକ୍ତ ନାବାଳକ । କହିଛି ମା’ଙ୍କ ଉପରେ ବିରକ୍ତ ହୋଇ ମୁଁ ଏସବୁ କାମ କରିଛି । ବାପାଙ୍କ ପିସ୍ତଲ ଆଣି ମୁଁ ମା’ଙ୍କୁ ହତ୍ୟା କରିଛି । ହତ୍ୟା କରିବା ପରେ ଏକ ରୁମରେ ତାଲା ପକାଇ ଦେଇଥିଲି । ଘରେ ଥିବା ଛୋଟ ଭଉଣୀକୁ ଧମକାଇ ଆଉ ଏକ ରୁମରେ ବନ୍ଦ କରିଦେଇଥିଲି । ପୁରା ଦୁଇ ଦିନ ମା’ର ଶବ ସେ ଘରେ ରହିଲା । ଶବରୁ ଗନ୍ଧ ଆସିଲା ପରେ ମୁଁ ରୁମ୍ ସ୍ପ୍ରେ କରିଥିଲି ।
ପରେ ପଡୋଶୀ ସନ୍ଦେହ କରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ତଦନ୍ତ କରିବା ପରେ ଜଣାପଡିଲା ନାବାଳକ ପୁଅର ବାପା ସେନାରେ କାମ କରନ୍ତି । ଏବଂ ସେ ବାହାରେ ରୁହନ୍ତି । ଦୁଇ ପିଲାଙ୍କ ସହ ମା’ ଘରେ ରହୁଥିଲେ । ବାପା ନିଜ ଲାଇସେନ୍ସପ୍ରାପ୍ତ ପିସ୍ତଲକୁ ଘରେ ଛାଡିଦେଇଥିଲେ । ଯାହାକୁ ଦେଖିଥିଲା ପୁଅ । ଏବଂ ଘଟାଇଥିଲା ଏମିତି କାଣ୍ଡ ।

LEAVE A REPLY

Please enter your comment!
Please enter your name here