ବିଧାନସଭା ବଜେଟ ଅଧିବେସନ ପାଇଁ ପ୍ରସ୍ତୁତି । ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ ବିଧାନସଭା ପ୍ରତିଦିନ ସାଢେ ଦଶଟାରୁ ସାଢେ ଗୋଟାଏ ଏବଂ ଅପରାହ୍ନ ଚାରିଟାରୁ ସଂଧ୍ୟା 6 ଟା ପର୍ଯ୍ୟନ୍ତ ଚାଲିବ । ସ୍ବତନ୍ତ୍ର କାର୍ଯ୍ୟ ତଥା ଆଲୋଚନା ଥିଲେ ଏହା ସଂଧ୍ୟା ସାତଟା ଯାଏଁ ଚାଲିବ । ସେହିପରି ପ୍ରତିଦିନ ଘଣ୍ଟାଏ ପ୍ରଶ୍ନକାଳ ରହିବ । ଏବଂ ପ୍ରଶ୍ନକାଳ ପରେ ଶୂନ୍ୟକାଳ ଓ ମୁଲତବୀ ଆଳୋଚନା ରହିବ । ମୁଲତବୀ ଆଲୋଚନା ଦେଢଘଣ୍ଟା କରିବାକୁ ନିଷ୍ପତ୍ତି ହୋଇଛି । ଅଧିବେସନ ବେଳେ କୋଭିଡ ନିୟମ ଅନୁସରଣ କରାଯିବ । ବିଧାନସଭା ଅଧିବେସନ ପାଇଁ ପୋଲିସ ଡିଜି ଅଭୟ ଆଜି ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି । ଅଧିବେସନ ବେଳେ ବିଧାନସଭା ଚତୁଃପାର୍ଶ୍ବରେ 30 ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ପୂର୍ବ ଅଧିବେସନ ସମୟରେ ନ୍ୟାୟ ପାଇବା ପାଇଁ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ଭଳି ଘଟଣା ଘଟିଥିବାରୁ ଏଥର ଯେପରି ସେଭଳି ଘଟଣାର ପୁନରାବୃତ୍ତି ନ ହୁଏ, ସେଥିପ୍ରତି ଦୃଷ୍ଟି ଦେବା ଉପରେ ପୋଲିସ ଗୁରୁତ୍ବ ଦେଇଛି ।

LEAVE A REPLY

Please enter your comment!
Please enter your name here