ଆଜି ପବିତ୍ର ମହାନବମୀ । ଦେବୀପୀଠଗୁଡ଼ିକରେ ଆରମ୍ଭ ହୋଇ ଯାଇଛି ଜଗଦଜ୍ଜନନୀ ମା ଭଗବତୀ ଦୁର୍ଗାଙ୍କ ନବମୀ ପୂଜାର୍ଚ୍ଚନା । ମା’ ଦୁର୍ଗତିନାଶିନୀଙ୍କ ଆରାଧନା ସମଗ୍ର ସହରରେ ଏକପ୍ରକାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରୁଥିବା ବେଳେ ସକାଳୁ ବିଳମ୍ବିତ ରାତି ପର୍ୟ୍ୟନ୍ତ ସବୁଆଡ଼େ ଗହଳି ଚହଳି ଲାଗିରହୁଛି। ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନ୍‌ରେ ଛିଡ଼ା ହୋଇ ଭକ୍ତମାନେ ମା’ଙ୍କ ଦର୍ଶନ କରୁଛନ୍ତି । ସୁନା, ଚାନ୍ଦି ଅଳଙ୍କାରରେ ସଜେଇ ହୋଇ ଧରାବତରଣ କରିଛନ୍ତି ମା’ ଦୁର୍ଗତିନାଶିନୀ । ଏଥିପାଇଁ ମଣ୍ଡପଗୁଡ଼ିକରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରଙ୍ଗବେରଙ୍ଗର ଆଲୋକମାଳା ସହ ଝଲସୁଛି ପୂଜା ମଣ୍ଡପ ତା ସହ ଝଲସେଇଦେଲା ଭଳି ସୁଉଚ୍ଚ ତୋରଣ ପାଖରେ ଅଟକିଯାଉଛି ଆଖି । ଆଉ ମାତ୍ର ଦିନକ ପରେ ମାଆଙ୍କ ମହିଷାମର୍ଦ୍ଦିନୀ ରୁପ ଦର୍ଶନ ପାଇଁ ଭକ୍ତମାନଙ୍କୁ ପୁଣି ବର୍ଷଟିଏ ଅପେକ୍ଷା କରିବାକୁ ପଡ଼ିବ । ତବେ ଶକ୍ତି ପୀଠରେ ଦେବୀମାନଙ୍କର ଆଜି ବିଶ୍ରାମ ନୀତି ରହିଛି । ଆସନ୍ତା କାଲି ଶୁକ୍ରବାର ବିଜୟା ଦଶମୀ ଅବସରରେ ସୋମନାଥ ବ୍ରତ ଓ ଅପରାଜିତା ପୂଜା ଅନୁଷ୍ଠିତ ହେବ ।
ଅନ୍ୟପଟେ ଦଶହରାରେ ଟ୍ୱିନସିଟିରେ ଜମୁଛି ଦାଣ୍ଡିଆ ନୃତ୍ୟ । ଭିଡ ଜମିବା ସହ ବିଭିନ୍ନ ସ୍ଥାନରେ ଲୋକେ ଦାଣ୍ଡିଆରେ ମସଗୁଲ ହେଉଛନ୍ତି । ଦାଣ୍ଡିଆ ମାହୋଲରେ ଲୋକେ ଭରପୁର ନାଚି ଦଶହରାର ମଜା ଉଠାଉଛନ୍ତି ।

LEAVE A REPLY

Please enter your comment!
Please enter your name here