ଗୁରୁବାର ଠାରୁ ଆରମ୍ଭ ହେଉଛି ଏସିଆନ ଚାନମ୍ପିଅନସିପ ହକି । ପ୍ରଥମ ମ୍ୟାଚରେ ଭାରତୀୟ ପୁରୁଷ ହକି ଟିମ ଓମାନ ସହିତ ଖେଳିବ । ଭାରତ ପାଇଁ ଏହି ମ୍ୟାଚରେ ବିଜୟୀ ହେବା ବହୁ ଗୁରୁତ୍ୱପୂର୍ଣ୍ଣ ଅଟେ । କହିବାକୁ ଗଲେ ପ୍ରଥମ ମ୍ୟାଚରୁ ବିଜୟ ଅଭିଯାନ ଲକ୍ଷ୍ୟରେ ଭାରତୀୟ ଦଳ । କାରଣ ଭାରତୀୟ ଟିମ ନିକଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ଏସୀୟ କ୍ରୀଡ଼ାରେ ଭାରକୁ କାଂସ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ସୁଲତାନ କାବୁସ ସ୍ପୋଟର୍ସ ପରିସରରେ ଖେଳାଯାଉଛି ଏହି ମ୍ୟାଚ । ଭାରତ ୨ ମାସ ତଳେ ଓମାନକୁ ୭-୦ରେ ପରାସ୍ତ କରିଥିଲା । ଏହି ମୁକାବିଲା ଇଣ୍ଡୋନେସିଆର ଜାକର୍ତ୍ତା ଠାରେ ଏସୀୟ କ୍ରୀଡ଼ାରେ ହୋଇଥିଲା । ଭାରତର ସେହି ସମୟର ଟିମ ଓ ବର୍ତ୍ତମାନ ଟିମ ମଧ୍ୟରେ ଅନେକ ପାର୍ଥକ୍ୟ ଅଛି । କାରଣ ସେହି ସମୟରେ ଅଭିଜ୍ଞ ଖେଳାଳି ସର୍ଦ୍ଦାର ସିଂହ ଟିମରେ ସାମିଲ ଥିଲେ କିନ୍ତୁ ଏବେ ସେ ସନ୍ୟାସ ନେଇ ସାରିଛନ୍ତି । ସର୍ଦ୍ଦାର ସିଂହଙ୍କ ଅନୁପସ୍ଥିତି ଯୋଗୁଁ ଅଧିନାୟକ ମନପ୍ରୀତ ସିଂହଙ୍କୁ ଅଧିକ ଚାପ ପଡ଼ିପାରେ । ଭାରତ ନିଜର ୨ୟ ମ୍ୟାଚ ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଅକ୍ଟୋବର ୨୦ରେ ଭେଟିବାକୁ ଯାଉଛି

LEAVE A REPLY

Please enter your comment!
Please enter your name here