ବାଲେଶ୍ୱରରେ ଧଳା ଜହର । ଦେଢ କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ । ବ୍ରାଉନସୁଗାର କାରବାର ପଛରେ ବଡ ପ୍ଲାନିଂ । ୪ ମାଛ ବ୍ୟବସାୟୀ ଗିରଫ । ମାଛରେ ସପ୍ଲାଏ ହେଉଛି କି ଧଳା ଜହର! । ସୋମବାର ବିଳମ୍ବିତ ରାତି ପୋଲିସକୁ ଗୁଇନ୍ଦା ଖବର ମିଳିଲା ଜଳେଶ୍ୱରରୁ ଭୋଗରାଇକୁ କାରରେ ଯାଉଛି ବ୍ରାଉନସୁଗାର । ପୋଲିସକୁ ମିଳିଲା ବଡ ସଫଳତା । ଚଢାଉ କରି ଏକ କେଜି ୬୫୦ ଗ୍ରାମ ଧଳା ଜହର ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ କୋଟିରୁ ଅଧିକ । ଧଳା ଜହର କାରବାର ଅଭିଯୋଗରେ ୪ ମାଛ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ଜବତ ହୋଇଛି ୨ଟି କାର ଓ ଗୋଟିଏ ବାଇକ୍ ଓ ୬୪ ହଜାର ଟଙ୍କା । ବାଲେଶ୍ୱରରେ ବ୍ରାଉନ ସୁଗାର ଜବତ ଘଟଣା ନୂଆ ନୁହେଁ । କେବଳ ମାଛ ନୁହେଁ ବିଭିନ୍ନ ନୂଆ ଉପାୟରେ ଓଡିଶାକୁ ଆସୁଛି ବ୍ରାଉନ ସୁଗାର । କିନ୍ତୁ ଚାଲୁଥିବା କାରବାରର ବଡ ମାଛକୁ ଧରିପାରୁନି ପୋଲିସ ।

LEAVE A REPLY

Please enter your comment!
Please enter your name here