ପୁଣି ଫାଶି ଦିନ ଟଳିଲା I ଆସନ୍ତାକାଲି ସକାଳେ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଚାରି ଦୋଷୀଙ୍କୁ ଫାଶି ଦେବାକୁ ଦିନ ଧାର୍ଯ଼୍ୟ ହୋଇଥିବାବେଳେ ଆଜି ପୁଣିଥରେ ଦିଲ୍ଲୀ ପଟିଆଲା କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଫାଶି ଆଦେଶକୁ ଘୁଞ୍ଚାଇଦେଇଛନ୍ତି I ଆଜି ସକାଳେ ଦୋଷୀ ପବନର କ୍ୟୁରେଟିଭ ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ପରେ ପବନର ଓକିଲ ଏ.ପି ସିଂହ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲେ I ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଅଗ୍ରାହ୍ୟ କରିଦେବା ପରେ ନିର୍ଭୟା ଆସାମୀ ଫାଶୀ ପାଇବା ନିଶ୍ଚିତ ହୋଇଯାଇଥିଲା I ଏପରିକି ଫାଶି ପାଇଁ ପ୍ରସ୍ତୁତି ସରିବା ସହ ଘାତକ ପୂର୍ବାଭ୍ୟାସ ମଧ୍ୟ କରିଥିଲା I ତା ସତ୍ତ୍ବେ ଅପରାହ୍ନରେ ଦିଲ୍ଲୀ ପଟିଆଲା କୋର୍ଟ ଫାଶି ଦିନକୁ ପୁଣି ଘୁଂଚାଇ ଦେଇଛନ୍ତି I ତୃତୀୟଥର ପାଇଁ ଡେଥ ୱାରେଣ୍ଟ ଉପରେ କୋର୍ଟ ଏପରି ରୋକ ଲଗାଇଛନ୍ତି I କୋର୍ଟର ଏହି ରାୟ ଶୁଣି ନିର୍ଭୟାଙ୍କ ମା’ କାନ୍ଦିପକାଇଛନ୍ତି I

LEAVE A REPLY

Please enter your comment!
Please enter your name here