ପିଚ୍ଛା ଛାଡୁନି ପାପ । ଯେତେ ଲୁଚେଇଲେ ବି ଲୁଚୁନି । ମାସ ମାସ ବିତିଗଲା ପରେ ବି ପାଉଁଶ ଭିତରୁ କୁହୁଳୁଛି ନିଆଁ ।

ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଜି ଜେଏମଏଫସି କୋର୍ଟ ମାହାଙ୍ଗା ପୋଲିସ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଏତଲାରେ ଥିବା ବେଳେ ଚାର୍ଜସିଟରେ ନ ଥିଲା । ପ୍ରୋଟେଷ୍ଟ ପିଟିସନ ଆଧାରରେ କୋର୍ଟ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଗତ ଅଗଷ୍ଟ ମାସରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ହେଁ ଏପର୍ଯ୍ୟନ୍ତ ମାହାଙ୍ଗା ପୋଲିସ ସାନି ତଦନ୍ତ ରିପୋର୍ଟ ଦେଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି କୋର୍ଟ । ମାହାଙ୍ଗା ଡବଲ ମର୍ଡର ଘଟଣାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ମାମଲାରେ ସଂପୃକ୍ତ ଥିବା ତିନିଜଣଙ୍କ ସିଡିଆର ମାଗିଛନ୍ତି କୋର୍ଟ । ପ୍ରତିପକ୍ଷ ରମାକାନ୍ତ ବରାଳଙ୍କ ଓକିଲ ପ୍ରବୀଣ କାନୁନଗୋ ଦେଇଥିବା ସୂଚନା ଅନୁଯାୟୀ ମୃତକ ପ୍ରଫୁଲ୍ଲ ବିଶ୍ବାଳ ଏବଂ ମନ୍ତ୍ରୀଙ୍କ ଦୁଇ ସହଯୋଗୀ ବ୍ଲକ ଅଧ୍ୟକ୍ଷ ଶରତ ନାୟକ ଓ ମନ୍ତ୍ରୀଙ୍କ ପ୍ରତିନିଧି ବାପି ବିଶ୍ବାଳଙ୍କ ସିଡିଆର ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

LEAVE A REPLY

Please enter your comment!
Please enter your name here