ପୁଟିନଙ୍କ ଯୁଦ୍ଧଖୋର୍ ମନୋବୃତ୍ତି ପାଇଁ ଋଷିକାକୁ ବହୁମୂଲ୍ୟ ଦେବାକୁ ପଡିବ । ୟୁକ୍ରେନ ଉପରେ ଗତ ଚାରିଦିନ ଧରି ପ୍ରଚଣ୍ଡ ଆକ୍ରମଣ କରି ଚାଲିଥିବା ଋଷିଆକୁ ପ୍ରତିରୋଧ କରିବା ପାଇଁ ଆମେରିକା ଓ ଇଉରୋପୀୟ ୟୁନିଅନ ଆର୍ଥିକ କଟକଣା ଲଗାଇଥିବା ବେଳେ ଆଜି ଋଷୀୟ ବ୍ୟାଙ୍କକୁ ସୁଇଫ୍ଟ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି । ସୁଇଫ୍ଟ ବ୍ୟବସ୍ଥା ହେଉଛି, ଅନ୍ତର୍ଜାତୀୟ ସ୍ତରରେ ପ୍ରଚଳିତ ପେମେଣ୍ଟ ସିଷ୍ଟମ । ଏହାଦ୍ବାରା ଋଷୀୟ ଅର୍ଥନୀତି ଭୟଙ୍କର ଭାବେ ପ୍ରଭାବିତ ହେବ । ପୂର୍ବରୁ ଆମେରିକା ଓ ୟୁରୋପୀୟ ୟୁନିଅନ ଋଷ କେନ୍ଦ୍ରୀୟ ବ୍ୟାଙ୍କର ବ୍ୟବସାୟ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏପରିକି ସେମାନଙ୍କ ଦେଶରେ ଥିବା ଋଷୀୟ ବ୍ୟାଙ୍କର ସଂପତ୍ତିକୁ ବାଜାପ୍ତ କରାଯାଇଥିଲା । ଆମେରିକା ଓ ୟୁରୋପୀୟ ୟୁନିଅନର ମିଳିତ କଟକଣା ଋଷିଆବାସୀଙ୍କ ପାଇଁ ଆର୍ଥିକ ସମସ୍ୟା ସୃଷ୍ଟି କରିବାକୁ ଯାଉଛି । ବିଶେଷ କରି ଅନ୍ତର୍ଜାତୀୟ ସ୍ତରରେ ତୈଳ ଓ ଗ୍ୟାସ ରପ୍ତାନୀ କରିବାରେ ମଧ୍ୟ ଋଷକୁ ସମସ୍ୟା ହେବ । ସମଗ୍ର ବିଶ୍ବରେ ପ୍ରାୟ 11 ହଜାର ବ୍ୟାଙ୍କ ସୁଇଫ୍ଟ ବ୍ୟବସ୍ଥାର ବ୍ୟବହାର କରୁଥିବାରୁ ଋଷିଆର ଅନ୍ତର୍ଜାତୀୟ ବ୍ୟବସାୟ ବାଧାପ୍ରାପ୍ତ ହେବ । ଋଷ ବିରୋଧରେ ଏହି ଆର୍ଥିକ କଟକଣାକୁ ଆମେରିକା, ୟୁରୋପ, ବ୍ରିଟେନ ଓ କାନାଡା ସମର୍ଥନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here