କ୍ଷମା ମାଗିବାର ପ୍ରଶ୍ନ ଉଠୁନି କି ମୁଁ କ୍ଷମା ମାଗିବିନି । ରାଷ୍ଟ୍ରପତି କହିବା ବଦଳରେ ରାଷ୍ଟ୍ରପତ୍ନୀ କହି ଏବେ ଚର୍ଚ୍ଚାରେ କଂଗ୍ରେସ ସାଂସଦ ଅଧୀର ରଞ୍ଜନ ଚୌଧୁରୀ । ଅଧୀରଙ୍କ ଏହି ମନ୍ତବ୍ୟକୁ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ଉଠିଛି ଝଡ । ରାଷ୍ଟ୍ରପତିଙ୍କ ଗରିମାକୁ ହ୍ରାସ କରିଥିବାରୁ କଂଗ୍ରେସ କ୍ଷମା ମାଗିବା ପାଇଁ ବିଜେପି ସଦସ୍ୟମାନେ ଗୃହରେ ଦାବୀ କରିଥିଲେ । ଲୋକସଭାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ବିଜେପି ସାଂସଦମାନେ ପ୍ରତିବାଦ କରିଥିଲେ । ବିଜେପି ସାଂସଦମାନେ ସଂସଦ ବାହାରେ ମଧ୍ୟ ପ୍ଲାକାର୍ଡ ଧରି ପ୍ରତିବାଦ କରିଥିଲେ ।

LEAVE A REPLY

Please enter your comment!
Please enter your name here