ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଆଯାଇଥିବା ହତ୍ୟା ଧମକ ଖବରକୁ ନେଇ ଆରମ୍ଭ ହୋଇଛି ତନାଘନା । ମଧ୍ୟପ୍ରଦେଶ ସରକାରଙ୍କ ସହ ଯୋଗାଯୋଗରେ ଅଛନ୍ତି ରାଜ୍ୟ ପୋଲିସ. ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହ ନିଆଯାଇଛି ଏବଂ ଦୁଇ ରାଜ୍ୟ ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି ବୋଲି କହିଛନ୍ତି ଡିଜିପି ଇନଚାର୍ଜ ସନ୍ତୋଷ ଉପାଧ୍ୟାୟ. ବିଳାସପୁର କେନ୍ଦ୍ରୀୟ ଜେଲରେ ବନ୍ଦୀ ଥିବା ଅପରାଧି ତଥା ଡକାୟତ ପୁଷ୍ପେନ୍ଦ୍ର ଚୌହାନ ଏକ ଚିଠି ଦ୍ୱାରା ଏଭଳି ଧମକ ଦେଇଥିବା ସୂଚନା ମିଳିଛି । ରାଜ୍ୟ ସରକାର ଏଭଳି ଧମକପୂର୍ଣ୍ଣ ଚିଠି ପାଇଥିବା ମଧ୍ୟ ସ୍ୱୀକାର କରିଛନ୍ତି ବୋଲି ଛତିଶଗଡ଼ର ଏକ ହିନ୍ଦୀ ଦୈନିକ ଖବର କାଗଜରେ ପ୍ରକାଶ ପାଇଛି । ଓଡିଶା ସରକାର ଛତିଶଗଡ଼ ସରକାରଙ୍କୁ ଏ ସଂପର୍କରେ ଅବଗତ କରାଇଥିଲେ ।

ପୁଷ୍ପେନ୍ଦ୍ର ଚୌହାନର ଘର ଛତିଶଗଡ଼ର ଜାଞ୍ଜଗିରୀ ଚାମ୍ପା ଜିଲ୍ଲା ଅନ୍ତର୍ଗତ ବାରଦ୍ୱାର-ସାରାଗାଁଓ ରେ ବୋଲି ଜଣାପଡିଛି । ଘଟଣାଟି ପବନ ବେଗରେ ଖେଳିଯିବା ପରେ ଛତିଶଗଡ ପୋଲିସ ଆହୁରି ସଜାଗ ହୋଇପଡ଼ିଛି । ଧମକପୂର୍ଣ୍ଣ ଚିଠିର ଉଦ୍ଦେଶ୍ୟ ସଂପର୍କରେ କିଛି ଜଣାପଡିନାହିଁ । ତେବେ ତଦନ୍ତ ସମୟରେ ପୋଲିସ କଏଦୀଙ୍କ ମାନସିକ ସ୍ଥିତି ଅନୁଧ୍ୟାନ କରିବ ପୋଲିସ ସୂତ୍ରରୁ କୁହାଯାଇଛି. ଅନ୍ୟପକ୍ଷରେ ଘଟଣାକୁ ଗୁରୁତ୍ବ ଦେଇ ପୋଲିସ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି.

LEAVE A REPLY

Please enter your comment!
Please enter your name here