ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ମାନସିକ ସନ୍ତୁଳନ ହରାଇବସିଥିବା ପାକିସ୍ତାନ ହାର ମାନିଛି | ଜାତିସଂଘ ଓ ଯୁଦ୍ଧର ଧମକ ଦେଉଥିବା ପାକ ମୁଣ୍ଡ ତଳକୁ କରିଛି | ବିଦେଶ ଗଣମାଧ୍ୟମକୁ ଇମ୍ରାନ ଦେଇଥିବା ଏକ ସାକ୍ଷାତକାରରେ ଏହା ସ୍ପଷ୍ଟ ହୋଇଛି । ନିଜ ସେନାର ସାମର୍ଥ୍ୟ ଉପରେ ଭରଷା କରି ପାରୁ ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ | ତେଣୁ ଭାରତ ବିରୋଧରେ ପାରମ୍ପରିକ ଯୁଦ୍ଧ ହେଲେ ପାକିସ୍ତାନ ହାରିଯିବ ବୋଲି ସ୍ୱୀକାର କରିଛନ୍ତି | ଯଦି ଦୁଇ ଦେଶ ପରମାଣୁ ଯୁଦ୍ଧ କରିବେ ତାହେଲେ ଦୁଇ ଦେଶ ବିନାଶ ହୋଇଯିବ ଏପରିକି ଉଦାହରଣ ଦେବାକୁ ଯାଇ ଇମ୍ରାନ୍ ଭିଏତନାମ ଓ ଇରାକ ଲଢେଇର କଥା କହିଛନ୍ତି | ଯୁଦ୍ଧ ହେଲେ ମଧ୍ୟ ପାକିସ୍ତାନ ପ୍ରଥମେ ପରମାଣୁ ବୋମା ପକାଇବ ନାହିଁ ବୋଲି କହିଛନ୍ତି | ଯୁଦ୍ଧ ବିବାଦର ସମାଧାନ ନୁହେଁ ବରଂ ଏହା ଅନ୍ୟ ଏକ ସମସ୍ୟାକୁ ଜନ୍ମ ଦେଇଥାଏ ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ପାରମ୍ପାରିକ ଯୁଦ୍ଧରେ ହାରିଥିବା ଦେଶ ପାଖରେ ଦୁଇଟି ବିକଳ୍ପ ରହିଥାଏ । ଗୋଟିଏ ଆତ୍ମସମର୍ପଣ କରିବ ନହେଲେ ଶେଷ ଯାଏଁ ଲଢିବ । ପାକିସ୍ତାନ କିନ୍ତୁ ଶେଷ ଯାଏଁ ଲଢିବ ବୋଲି ଇମ୍ରାନ୍ କହିଛନ୍ତି |

LEAVE A REPLY

Please enter your comment!
Please enter your name here