ଜାତିସଂଘ ସାଧାରଣ ପରିଷଦ ବୈଠକ (ୟୁଏନଜିଏ)ରେ ଯୋଗଦେବା ନିମନ୍ତେ ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବୈଠକରେ ୧୧୨ଟି ଦେଶ ଯୋଗ ଦେବ | ଯେଉଁଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନାଁ ମଧ୍ୟ ରହିଛି | ଆତଙ୍କବାଦ ପ୍ରସଙ୍ଗକୁ କେନ୍ଦ୍ର କରି ଭାରତ ପାକିସ୍ତାନର ଅସଲ ମୁଖା ଖୋଲିବାରେ ସକ୍ଷମ ହୋଇଛି | ଧାରା ୩୭୦ ଉଚ୍ଛେଦ ହେବା ପରେ ପ୍ରତି କଥାରେ ଜାତିସଂଘର ଧମକ ଦେଉଥିବା ପାକିସ୍ତାନ ସବୁଠୁ ନିରାଶ ହୋଇ ଫେରୁଛି | ସେହିପରି ଆମେରିକା ମଧ୍ୟ ଭାରତର କୂଟନୀତିକ ଚାପର ଶିକାର ହୋଇ ପାକିସ୍ତାନକୁ ସମର୍ଥନ କରିବ କି ନାହିଁ ଦୋ’ ଛକରେ ରହିଛି । ସେପଟେ ୨୨ ସେପ୍ଟେମ୍ୱରରେ ହୋଷ୍ଟନରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏହି କାର୍ଯ୍ୟକ୍ରମରେ ୫୦ ହଜାର ଭାରତୀୟଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ମୋଦି | ଏହି ଅବସରରେ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକାଠି ହେବେ ବୋଲି ଅନୁମାନ କରାଯାଉଛି । ଏଥିପାଇଁ ଦୁଇ ଦେଶ ମଧ୍ୟରେ କୂଟନୀତିକ କଥାବାର୍ତ୍ତା ଚାଲିଛି । ଏହି ଭେଟଘାଟ ବେଳେ ଦୁଇ ଦେଶ ମଧ୍ୟରେ ବ୍ୟବସାୟିକ ପ୍ରସଙ୍ଗରେ ନୂଆ ସଂପର୍କ ଘୋଷଣା ହେବାର ଅଛି । ନିକଟରେ ଜି-୭ ସମ୍ମିଳନୀରେ ମୋଦି-ଟ୍ରମ୍ପ ଭେଟଘାଟ ହୋଇଥିଲେ । ଉଭୟେ ମିଡିଆକୁ ସମ୍ୱୋଧନ କରିଥିଲେ । ଟ୍ରମ୍ପ ସିଧାସିଧା ଜମ୍ମୁ କଶ୍ମୀର ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଥିଲେ । ଆମେରିକା କୌଣସି ମତେ ହସ୍ତକ୍ଷେପ କରିବ ନାହିଁ । ଅନ୍ତର୍ଜାତୀୟ ମିଡିଆରେ ଟ୍ରମ୍ପ ଏବଂ ମୋଦିଙ୍କ ଦୋସ୍ତି ଘନିଷ୍ଠ ବୋଲି ଚର୍ଚ୍ଚା ହେଉଥିବା ବେଳେ ଇମ୍ରାନ୍ ଖାନଙ୍କ ପାଇଁ ଚିନ୍ତାର ବିଷୟ ସାଜିବ |

LEAVE A REPLY

Please enter your comment!
Please enter your name here