ମୁମ୍ବାଇ: ମୁମ୍ବାଇ ଏୟାରପୋର୍ଟରୁ ପୁଲିସ 24 ଲକ୍ଷ ଟଙ୍କାର ଜାଲ 2 ହଜାର ଟଙ୍କିଆ ନୋଟ ଜବତ କରିଛି I ରବିବାର ସକାଳେ ବିମାନ ଯୋଗେ ଆସିଥିବା ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ପୁଲିସ I ଗିରଫ ଅଭିଯୁକ୍ତ ଜଣକ ହେଲେ ଜାଭେଦ ଗୁଲାମନବି ଶେଖ୍ I ତାଙ୍କ ବୟସ 36 ବର୍ଷ ଏବଂ ତାଙ୍କ ଘର ଥାଣେ ମହାରାଷ୍ଟ୍ରରେ ବୋଲି ଜଣାପଡିଛି I ଅଭିଯୁକ୍ତଙ୍କ କହିବାଅନୁଯାୟୀ ନୋଟ ଗୁଡିକ ପାକକିସ୍ତାନରେ ଛପାଯାଇ ଦୁବାଇ ପଠାଯାଇଥିଲା I ସେଠାରୁ ଏହି ଜାଲ୍ ନୋଟକୁ ଭାରତକୁ ପଠାଯାଇଛି I ପୁଲିସର କହିବାମୁତାବିକ ସେ ଆଗରୁ ମଧ୍ୟ ଏପରି କରିଛି. ପୁଲିସ ସବୁ ନୋଟକୁ ଜବତ କରି ଅଭିଯୁକ୍ତକୁ ଗିରଫ କରିଛି I ଅତି ଉନ୍ନତ ମାନରେ ପ୍ରସ୍ତୁତ କରାଯାଇଛି ଏହି ଜାଲ ନୋଟ I ଏହି ନକଲି ନୋଟରେ 9ଟି ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟରୁ 7ଟି ନିରାପତ୍ତା ବୈଶିଷ୍ଟ୍ୟ ରହିଛି I ଫଳରେ ଏହା ଅସଲି କି ନକଲି ସାଧାରଣ ଲୋକେ ଜାଣିପାରିବେ ନାହିଁ I ଜାଭେଦ ବହୁବାର ଦୁବାଇ ଓ ବ୍ୟାଙ୍ଗକକ୍ ଯାଇଥିବାରୁ ବହୁ ପରିମାଣର ଜାଲ ନୋଟ ଆଣିଥିବା ସନ୍ଦେହ କରାଯାଉଛି I ଜାଲ ନୋଟକୁ ନେଇ ଶେଖ ଏୟାରପୋର୍ଟର ସିକ୍ୟୁରିଟି ଚେକ୍ ରୁ ମଧ୍ୟ ଖସିଯାଇଥିଲା I ତାକୁ ଟର୍ମିନାଲ ବସଷ୍ଟାଣ୍ଡରୁ ଗିରଫ କରାଯାଇଥିଲା I ଅତି ଚତୁରତାର ସହ ଜାଲ ନୋଟକୁ ଗୋଟାଏ କୁସନରେ ଭର୍ତ୍ତି କରାଯାଇ ଟ୍ରଲି ବ୍ୟାଗରେ କପଡା ଆସ୍ତରଣ ମଧ୍ୟରେ ରଖାଯାଇଥିଲା I ଏଗୁଡାକୁ ଠାବ କରିବା ପାଇଁ ପୁଲିସକୁ ପ୍ରାୟ ଏକ ଘଣ୍ଟା ସମୟ ଲାଗିଥିଲା I ପୁଲିସ ଅଭିଯୁକ୍ତକୁ କରି ଗିରଫ ପଚରା ଉଚୁରା ଜାରି ରଖିଛି I

LEAVE A REPLY

Please enter your comment!
Please enter your name here